Categories: ରାଜ୍ୟ

କଟକରୁ ଆଜି ଆଉ ୧୩୯ ପଜିଟିଭ ଚିହ୍ନଟ

କଟକ ଅଫିସ,୨୮।୯-କଟକ ସହରରୁ ଆଜି ଆଉ ୧୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୩୬ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୩ ରହିଛି। ଏ ନେଇ ସିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା କଟକ ସହରରୁ ୧୧୬୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮୯୦୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୪୬ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୨୭୦୩ ଜଣ ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି।