Categories: ରାଜ୍ୟ

ରାଜ୍ୟରେ ସୁସ୍ଥ ହେଲେ ୧୩୧୧ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର, ୮।୧୧(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୧୩୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୯୪, ମୟୂରଭଞ୍ଜରୁ ୮୬, ନୂଆପଡାରୁ ୬୭, ଜଗତସିଂହପୁରରୁ ୬୪, ଯାଜପୁରରୁ ୬୨, ପୁରୀରୁ ୫୯, କେନ୍ଦ୍ରାପଡାରୁ ୫୭, ବାଲେଶ୍ୱରରୁ ୫୫, କେନ୍ଦୁଝରରୁ ୫୪, ବଲାଙ୍ଗୀରରୁ ୫୨ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୋଳରୁ ୪୬, ନବରଙ୍ଗପୁରରୁ ୪୩, ଢେଙ୍କାନାଳରୁ ୩୮, ନୟାଗଡରୁ ୩୮, କଳାହାଣ୍ଡିରୁ ୩୭, ସୁନ୍ଦରଗଡରୁ ୩୫, କୋରାପୁଟରୁ ୩୩, ବରଗଡରୁ ୩୨, ଗଞ୍ଜାମରୁ ୨୬, ମାଲକାନଗିରିରୁ ୨୬, ଭଦ୍ରକରୁ ୨୨, ସମ୍ବଲପୁରରୁ ୨୧, ଝାରସୁଗୁଡାରୁ ୨୦, ସୋନପୁରରୁ ୧୭, କନ୍ଧମାଳରୁ ୧୬, ଦେଓଗଡରୁ ୧୧, ରାୟଗଡାରୁ ୧୦, ଗଜପତିରୁ ୨, ଷ୍ଟେଟପୁଲରୁ ୩୦ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।