କଟକ ସହରରୁ ୧୧୨ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୧୫।୧୦-କଟକ ସହରରୁ ଆଜି ମୋଟ୍‌ ୧୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୫୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫୩ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଶିଖରପୁରରୁ ୬, ଚାଉଳିଆଗଞ୍ଜରୁ ୫, ବିଡାନାସୀରୁ ୩, ନୟାବଜାରରୁ ୩, ଜଗତପୁରରୁ ୩, ଶକ୍ତିନଗରରୁ ୨, ଥୋରିଆସାହିରୁ ୨, ମହାନଦୀ ବିହାରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଗତପୁରରୁ ୮, ନୟାବଜାରରୁ ୫, ନୂଆପଡାରୁ ୪, ମହାନଦୀ ବିହାରରୁ ୩, ସିଡିଏ ସେକ୍ଟର-୯ରୁ ୩, ବିଡାନାସୀରୁ ୨, ନୂଆପାଟଣାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।