Categories: ରାଜ୍ୟ

ରାଜ୍ୟରେ ସୁସ୍ଥ ହେଲେ ୧୦୧୧ କରୋନା ଆକ୍ରାନ୍ତ: ଅନୁଗୋଳ ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୧୦୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୋଳ ଜିଲାରୁ ସର୍ବାଧିକ ୧୩୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୧୪, ବଲାଙ୍ଗୀରରୁ ୮୧, କଟକରୁ ୭୮, ମୟୂରଭଞ୍ଜରୁ ୭୬, ବାଲେଶ୍ବରରୁ ୪୫, ଜଗତସିଂହପୁରରୁ ୪୫, କେନ୍ଦ୍ରାପଡାରୁ ୪୩, କଳାହାଣ୍ଡିରୁ ୪୦, ସୁନ୍ଦରଗଡରୁ ୩୯, ବରଗଡରୁ ୩୪, ନୂଆପଡାରୁ ୨୯, ଯାଜପୁରରୁ ୨୮, ପୁରୀରୁ ୨୬, ଢେଙ୍କାନାଳରୁ ୨୪, କେନ୍ଦୁଝରରୁ ୨୦, ନବରଙ୍ଗପୁରରୁ ୧୯, ଝାଡସୁଗୁଡାରୁ ୧୮, ସମ୍ବଲପୁରରୁ ୧୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୧୨, ନୟାଗଡରୁ ୧୨, ଭଦ୍ରକରୁ ୧୦, କନ୍ଧାମଳରୁ ୧୦, କୋରାପୁଟରୁ ୯, ସୋନପୁରରୁ ୯, ମାଲକାନଗିରିରୁ ୫, ଦେବଗଡରୁ ୩, ରାୟଗଡାରୁ ୩, ଗଜପତିରୁ ୨, ଏବଂ ଷ୍ଟେଟ ପୁଲରୁ ୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।