ତୁଟୁନି ଚାଷୀଙ୍କ ଦୁଃଖ, ବଢୁଛି ଅସନ୍ତୋଷ

ବରଗଡ଼,୨୮।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଚାଷୀଙ୍କ ସମସ୍ୟା ସମାଧାନ ହେବା ନାଁ ଧରୁନି। ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ପଡ଼ିଥିବା ଚାଷୀଙ୍କ ଦୁଃଖ ବଢ଼ି ଚାଲିଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଏହି କ୍ରମରେ ଶୁକ୍ରବାର ଜିଲାର ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନ ପକ୍ଷରୁ ଭଟଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ରାମକୃଷ୍ଣ ମିଶ୍ରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଉକ୍ତ ଚାଷୀ ସଙ୍ଗଠନ ନେତୃତ୍ୱରେ ଚାଷୀମାନେ ପୂର୍ବାହ୍ନ ୧୦ଟାରୁ ଭଟଲି ଟାଉନ ହଲରେ ସମବେତ ହୋଇ ଏକ ବିଶାଳ ଶୋଭାଯାତ୍ରାରେ ତହସିଲ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ। ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ଏକ ପ୍ରତିବାଦ ସଭା କରିଥିଲେ। ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନ ଭଟଲି ବ୍ଲକ ଶାଖାର ସଭାପତି ଅକ୍ଷୟ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲା ସଭାପତି ସୁଶିଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆଁ, ଭଟଲି ବ୍ଲକ ସମ୍ପାଦକ ମିନିଷ୍ଟର ବାରିକ, ଉପ ସଭାପତି ଭରତ ନାୟକ, ଅତାବିରା ବ୍ଲକ ସଭାପତି ଭଞ୍ଜନ ବାରିକ, ବିଜୟ ପ୍ରଧାନ, ଅଲେଖ ମେହେର, ମନବୋଧ ସାହୁ, ଅରୁଣ ସାହୁ, ଚାଷୀନେତା ଶିବ ପ୍ରସାଦ ପ୍ରଧାନ, ଚଞ୍ଚଳ ପ୍ରଧାନ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।
ଚାଷୀନେତାମାନେ କହିଥଲେ, ନିର୍ବାଚନ ପୂର୍ବରୁ ଶାସକ ଦଳର ପ୍ରାର୍ଥୀମାନେ ରାଜ୍ୟର କୃଷକ ମାନଙ୍କ ପାଇଁ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା, କଟନୀଛଟନୀମୁକ୍ତ ମଣ୍ଡି, ୩୦୦ ୟୁନିଟ୍‌ ବିଦ୍ୟୁତ୍‌ ଦେୟ ମାଗଣା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ, ବନ୍ଦ ପଡ଼ିଥିବା କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ (ବରଗଡ଼ ସମବାୟ ଚିନିକଳ ସମେତ)ର ପୁନରୁଦ୍ଧାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ନିର୍ବାଚନ ବୈତରଣୀ ପାରି ହେବା ପରେ ସେମାନେ ସେହି ପ୍ରତିଶ୍ରୁତିଗୁଡ଼ିକୁ ଭୁଲି ଯାଇଛନ୍ତି। ସରକାର ଗଠନର ପ୍ରଥମ ବର୍ଷ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ପ୍ରଦାନ କରି ଚାଷୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଥିଲା। ଚାଷୀମାନେ ମଧ୍ୟ ଏଭଳି ପ୍ରୋତ୍ସାହନ ନୀତି ଯୋଗୁ ଅଧିକରୁ ଅଧିକ ଧାନଚାଷ କରିଥିଲେ। ମାତ୍ର ଆଉ ୨ମାସ ପରେ ଚାଷୀମାନେ ରବି ଫସଲ ଅମଳ କରିବାକୁ ଥିବାବେଳେ ଏପର୍ଯ୍ୟନ୍ତ ସେମାନେ ଖରିଫ୍‌ ଧାନ ବିକ୍ରି କରି ପାରିନାହାନ୍ତି।
କେବଳ ସେତିକି ନୁହେଁ, ନୂଆ ସରକାର ଆସିବା ପରେ ଜିଲାରେ ଶୀତଳ ଭଣ୍ଡାରର ମୂଳଦୁଆ ପଡ଼ିନାହିଁ। ବରଗଡ଼ ସମବାୟ ଚିନିକଳର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ସୁଦ୍ଧା ହୋଇନାହିଁ। ଅନ୍ୟପଟେ ଉକ୍ତ ଚିନିକଳର ଯନ୍ତ୍ରାଂଶ, ଜମି ବିକ୍ରି ହୋଇ ସାରିଥିବା ଜୟ କିଷାନ ଆନ୍ଦୋଳନର ନେତୃବୃନ୍ଦ ଅଭିଯୋଗ କରିଛନ୍ତି। ସେହିପରି ୩୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ବଦଳରେ ସୂର୍ଯ୍ୟଘର (ସୋଲାର୍‌ ବିଜୁଳି) ନେଇ ଏବେ ସ୍ପଷ୍ଟୀକରଣ ଦିଆଯାଉ ଥିବାବେଳେ ସ୍ମାର୍ଟମିଟର ଲଗାଇବା ପାଇଁ ବାଧ୍ୟ କରାଯିବା ଦୁର୍ଭାଗ୍ୟଜନକ ବୋଲି ଚାଷୀନେତାମାନେ ଅଭିଯୋଗ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଜୟ କିଷାନ ଆନ୍ଦୋଳନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ୧୦ଦଫା ଦାବି କରିଛି। କୃଷିକ୍ଷେତ୍ରରେ ବିଦ୍ୟୁତ ବିଲ୍‌ ଛାଡ଼, ପ୍ରତି ପରିବାରକୁ ମାସିକ ୩୦୦ ୟୁନିଟ୍‌ ମାଗଣା ବିଦ୍ୟୁତ, ସ୍ମାର୍ଟ ମିଟର ପ୍ରଚଳନ ବନ୍ଦ, ବିଦ୍ୟୁତ ବିତରଣ ଘରୋଇକରଣକୁ ବନ୍ଦ, ସେଚ ବ୍ୟବସ୍ଥା ପାଇଁ ରହିଥିବା ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରା ନ ଯିବାକୁ ଦାବି ହୋଇଛି। ସେହିପରି କଟନୀଛଟନୀ ବନ୍ଦ କରି ସରକାର ନିଜସ୍ବ ସଂସ୍ଥା ଦ୍ୱାରା ସମସ୍ତ ଚାଷୀଙ୍କ ବିକ୍ରିଯୋଗ୍ୟ ଧାନ କିଣିବା, ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିକୁ ପୂର୍ବଭଳି କ୍ଷମତା ପ୍ରଦାନ, ଟୋକନ ତ୍ରୁଟିର ତତ୍କାଳ ସମାଧାନ, ଫସଲ ବିବିଧକରଣ ପାଇଁ ସମ୍ପୃକ୍ତ ଅଞ୍ଚଳର ଚାଷୀଙ୍କ ମତ ନେଇ ୨ବର୍ଷ ଆଗରୁ ଯୋଜନା ପ୍ରସ୍ତୁତ, ଆବଶ୍ୟକ ବଜାର ବ୍ୟବସ୍ଥା, ପ୍ରୋତ୍ସାହନ ନୀତି ଘୋଷଣା, ପ୍ରତି ବ୍ଲକରେ ଶୀତଳଭଣ୍ଡାର ନିର୍ମାଣ, ବରଗଡ଼ ସମବାୟ ଚିନିକଳ, ସୂତାକଳର ପୁନରୁଦ୍ଧାର ପାଇଁ ସ୍ମାରକପତ୍ରରେ ଦାବି ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜିଇବା ପାଇଁ ପିଇବା

ର୍ବତ ଏବଂ ଲସିର ଦେଶ ରୂପେ ଭାରତ ପ୍ରସିଦ୍ଧ। କିନ୍ତୁ ଅଧିକାଂଶ ଭାରତୀୟ ଆଜି ପାଶ୍ଚାତ୍ୟ ପେୟ ଦ୍ୱାରା ପ୍ରଭାବିତ। ନିଜକୁ ‘ଆଧୁନିକ’ ପ୍ରମାଣିତ ପାଇଁ ଭାରତୀୟମାନେ…

ସୁସ୍ଥ ଓଡ଼ିଶା ଲକ୍ଷ୍ୟ ପୂରଣ ହେବ ତ

ଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଲଗାତର ତୃତୀୟ ବଜେଟ ଉପସ୍ଥାପନ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୦୨୬-୨୭…

ଅମଲାତାନ୍ତ୍ରିକ ବିବାଦ

ନିକଟରେ କର୍ନାଟକ ହାଇକୋର୍ଟ ଆଇପିଏସ୍‌ ଅଧିକାରୀ ଡି. ରୂପା ମୁଦଗିଲ୍‌ଙ୍କ ଦ୍ୱାରା ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବିରୋଧରେ ଦାୟର ମାନହାନି ମାମଲାକୁ ରଦ୍ଦ କରିବାକୁ ମନା…

ଶୁକ୍ରୁ, ଶୀଳାଙ୍କୁ ଫାଇନାଲ୍‌ ଚେତାବନୀ ଦେଲେ ଡିଜିପି

ଭୁବନେଶ୍ୱର/ଫୁଲବାଣୀ,୨୮ା୨(ତ୍ରିନାଥ ମହାନ୍ତି/ରାକେଶ କୁମାର ରାଉତ): ମାଓବାଦୀଙ୍କୁ ଡିଜିପି ଓ୍ବାଇ.ବି. ଖୁରାନିଆ ଶୁକ୍ରବାର ଅନ୍ତିମ ଚେତାବନୀ ଦେଇଛନ୍ତି। ହିଂସା ଛାଡ଼ି ଆତ୍ମସମର୍ପଣ କର, ନ ହେଲେ ଏନ୍‌କାଉଣ୍ଟରର ଶିକାର…

ଅନାଥ ଆଶ୍ରମରୁ ଶିଶୁ ବିକ୍ରି ଅଭିଯୋଗ: ଏତଲା ପରେ ତଦନ୍ତ ଆରମ୍ଭ

ଭବାନୀପାଟଣା, ୨୮।୨ (ଉତ୍ତମ କୁମାର ଦାଶ): ଅସହାୟ ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶିଶୁ ବିକ୍ରି ଭଳି…

ମାନସିକ ସ୍ବାସ୍ଥ୍ୟ: ୬୦ତମ ସ୍ଥାନରେ ଭାରତୀୟ ଯୁବବର୍ଗ

ନୂଆଦିଲ୍ଲୀ,୨୮ା୨: ମାନସିକ ସ୍ବାସ୍ଥ୍ୟ ମାପକାଠି (ଏମ୍‌ଏଚ୍‌କ୍ୟୁ) ସ୍କୋରରେ ଭାରତୀୟ ଯୁବବର୍ଗ ନିମ୍ନମାନର ପ୍ରଦର୍ଶନ କରିଛନ୍ତି। ୮୪ଟି ଦେଶକୁ ନେଇ କରାଯାଇଥିବା ବୈଶ୍ୱିକ ସ୍ବାସ୍ଥ୍ୟ ଅଧ୍ୟୟନରେ ଭାରତୀୟ ଯୁବପିଢ଼ି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

କେରଳ ଷ୍ଟୋରି ୨ ମୁକ୍ତିଲାଭ ପାଇଁ ହାଇକୋର୍ଟଙ୍କ ଅନୁମତି

କୋଚି,୨୮ା୨: ‘ଦି କେରଳ ଷ୍ଟୋରି ୨-ଗୋଜ୍‌ ବିୟଣ୍ଡ’ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ କେରଳ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଗୁରୁବାର ୧୫ ଦିନ ପାଇଁ ସ୍ଥଗିତାଦେଶ ଲଗାଇଥିଲେ। ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri