Categories: ଜାତୀୟ

‘ଚାଇନା ସହିତ ବାଣିଜ୍ୟ ବନ୍ଦ କରୁ ଭାରତ’

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଚାଇନା ସହ ଭାରତ ବାଣିଜ୍ୟ ବନ୍ଦ କରିବା ପାଇଁ ବୁଧବାର ଟୁଇଟ୍‌ କରି କହିଛନ୍ତି। ଅରୁଣାଚଳ ପ୍ରଦେଶର ଏଲଏ୍‌ସି ନିକଟସ୍ଥ ତଓ୍ବାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସେନା ସଂଘର୍ଷ ପରେ ଟୁଇଟ୍‌ କରି ସେ ଏହା କହିଛନ୍ତି।

 


ସେ କହିଛନ୍ତି, ଆମେ କାହିଁକି ଚାଇନା ସହିତ ଆମର ବ୍ୟବସାୟ କାରବାର ବନ୍ଦ କରୁନାହୁଁ? ଚାଇନାରୁ ଆମଦାନୀ ହେଉଥିବା ଅଧିକାଂଶ ସାମଗ୍ରୀ ଭାରତରେ ନିର୍ମାଣ ହେଉଛି। ଆମଦାନୀ ବନ୍ଦ କରିଦେଲେ ଚାଇନାକୁ ଉଚିତ୍‌ ଶିକ୍ଷା ମିଳିବ ଏବଂ ଭାରତରେ ନିଯୁକ୍ତି ସୃଷ୍ଟି ହେବ।

ପିଟିଆଇ ରିପୋର୍ଟ ଅନୁଯାୟୀ ଭାରତ-ଚାଇନା ବାଣିଜ୍ୟ ଏପ୍ରିଲ-ଅକ୍ଟୋବର ମଧ୍ୟରେ ୫୧.୫ ବିଲିୟନ ଡଲାର ଅତିକ୍ରମ କରିଛି।

ପାର୍ଲାମେଣ୍ଟରେ କୁହାଯାଇଥିଲା, ଉପରୋକ୍ତ ଅବଧିରେ ଆମଦାନୀ (ଚାଇନାରୁ) ୬୦.୨୭ ବିଲିୟନ ଡଲାର ଥିବାବେଳେ ରପ୍ତାନି (ଚାଇନାକୁ) ୮.୭୭ ବିଲିୟନ ଡଲାରରେ ପହଞ୍ଚିଛି। ତେଣୁ ବାଣିଜ୍ୟ କାରବାର ବନ୍ଦ କରିଦେଲେ ଚାଇନାକୁ ଉଚିତ୍‌ ଶିକ୍ଷା ମିଳିବ ବୋଲି କେଜ୍‌ରିଓ୍ବାଲ କହିଛନ୍ତି।

Share