Categories: Uncategorized

ବନ୍ଧୁତ୍ୱକୁ ଦୃଢ଼ କରିବା ପାଇଁ…

ସୁଖ, ଦୁଃଖ, ବିପଦ, ଆପଦରେ ଯିଏ ନିଜର ସ୍ବାର୍ଥ ଭୁଲି ସାହାଯ୍ୟର ହାତ ବଢ଼ାଇ ଦିଏ ତାକୁ ହିଁ ପ୍ରକୃତ ବନ୍ଧୁ କୁହାଯାଏ। ହେଲେ ବେଳେବେଳେ ସାମାନ୍ୟ ଭୁଲ୍‌ ପାଇଁ ଏ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, କେତୋଟି କଥା ପ୍ରତି ଗୁରୁତ୍ୱ ଦେଲେ ବନ୍ଧୁତ୍ୱରେ ସହଜରେ ଫାଟ ସୃଷ୍ଟି ହେବନାହିଁ…

ଅନେକେ ଭାବୁଥିବେ ସାଙ୍ଗ ସହିତ ମିଶିକି ଏକାଠି ଖାଇଲେ ଭଲ ପାଇବା ବଢ଼ିଥାଏ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ସାଙ୍ଗକୁ ଅଇଁଠା ଖାଇବାକୁ ଦେଲେ ବନ୍ଧୁତାରେ କୁଆଡ଼େ ଫାଟ ସୃଷ୍ଟି ହୋଇଥାଏ।
ସାଙ୍ଗକୁ ରୁମାଲ, ପରଫ୍ୟୁମ୍‌ ଆଦି ଗିଫ୍ଟ ଦେବା ବି ବାସ୍ତୁଶାସ୍ତ୍ରରେ ମନା କରାଯାଇଛି। କାରଣ ଏହାଦ୍ୱାରା ବନ୍ଧୁ ଉପରେ ଥିବା ଭରସା କ୍ଷୁଣ୍ଣ ହୋଇଥାଏ ବୋଲି କୁହାଯାଏ।
ଘରର ମୁଖ୍ୟଦ୍ୱାରର ଭିତର ପାର୍ଶ୍ୱ ହେଉ ଅବା ବାହାର ପାର୍ଶ୍ୱରେ ଆବର୍ଜନା ଗଦେଇ ରଖିଲେ ବି ବନ୍ଧୁତ୍ୱରେ ଫାଟ ସୃଷ୍ଟି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
ସାଙ୍ଗମାନଙ୍କୁ କଳା ରଙ୍ଗର କୌଣସି ଜିନିଷ ଗିଫ୍ଟ ଆକାରରେ ଦେବା ବି ଠିକ୍‌ ନୁହେଁ। କାରଣ କଳା ରଙ୍ଗ ରାହୁକୁ ପ୍ରଭାବିତ କରିଥାଏ; ଯାହାକି ବନ୍ଧୁତ୍ୱ ପାଇଁ ଆଦୌ ଶୁଭପ୍ରଦ ନୁହେଁ।
ଶନିବାର ଦିନ ସାଙ୍ଗଠାରୁ ଟଙ୍କା ଧାର ଆଣିବେ ନାହିଁ କି ଦେବେ ନାହିଁ। ଝଗଡ଼ା ବି କରିବେ ନାହିଁ। ଏପରି କଲେ ଶନିଦେବଙ୍କର କୁଦୃଷ୍ଟି ଆପଣଙ୍କ ବନ୍ଧୁତ୍ୱ ଉପରେ ପଡ଼ିବ; ଯଦ୍ଦ୍ବାରା ସମ୍ପର୍କରେ ଫାଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେବ।