ଯାତ୍ରା ପାଇଁ ଭଡ଼ାରେ ବଳଦ

ଭୁବନ, ୨୯।୯(ଡି.ଏନ୍‌.ଏ.): ଜମି ଥିଲା। ବର୍ଷତମାମ ହେଉଥିଲା ଚାଷବାସ। ଲୋଡ଼ା ହେଉଥିଲେ ବଳଦ, ପୋଢ଼ ଭଳି ଭାରବାହୀ ପ୍ରାଣୀ। ଏବେ କିନ୍ତୁ ଯାନ୍ତ୍ରିକ ଯୁଗ। କଳଲଙ୍ଗଳରେ କମ୍‌ ସମୟରେ ହୋଇଯାଉଛି ଚାଷ। ଆଉ ବର୍ଷତମାମ ଖର୍ଚ୍ଚ କରି ବଳଦ ପାଳିବାକୁ ମନ ବଳାଉନାହାନ୍ତି ଚାଷୀ। ତେବେ ଏହାର ପ୍ରଭାବ ଯେ ସାଂସ୍କୃତିକ, ସାମାଜିକ ଜୀବନକୁ ପ୍ରଭାବିତ କଲାଣି, ତାହା ଆଉ ଅଛପା ନାହିଁ। ଢେଙ୍କାନାଳ ଜିଲା ଭୁବନର ଐତିହାସିକ ବଳଦଯାତ୍ରାରେ ଦେଖିବାକୁ ମିଳିଛି ଏହାର ସିଧାସଳଖ ପ୍ରଭାବ। ଏହି ଐତିହ୍ୟସମ୍ପନ୍ନ ଯାତ୍ରା ପାଇଁ ହୃଷ୍ଟପୁଷ୍ଟ ବଳଦ ମିଳୁନାହାନ୍ତି। ତେଣୁ ବାହାର ଗଁାରୁ ଖୋଜାଖୋଜି କରି ମନଲାଖି ବଳଦ ଭଡ଼ାରେ ଆଣୁଛନ୍ତି ବଳଦିଆ। କେବଳ ଏତିକି ନୁହେଁ, ପ୍ରତିଯୋଗିତାପୂର୍ଣ୍ଣ ଯାତ୍ରାରେ ପରମ୍ପରା ବଞ୍ଚାଇ ରଖିବାକୁ ଯାଇ କେତେକ କମିଟି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବଳଦ ମଧ୍ୟ କିଣିଛନ୍ତି।

ବାଣିଜ୍ୟ ବ୍ୟବସାୟକୁ ନେଇ କେଉଁ ଆବହମାନ ଚାଲିଆସିଛି ବଳଦଯାତ୍ରା। ପ୍ରଥମେ ମାତ୍ର ୨ଟି ବଳଦରୁ ଏହାର ଆରମ୍ଭ ହୋଇଥିବାବେଳେ ସମୟକ୍ରମେ ଏହି ସଂଖ୍ୟା ୧୫୦ ପାର୍‌ କରିଥିଲା। ତେବେ ଯାତ୍ରା ମାତ୍ରାଧିକ ବ୍ୟୟବହୁଳ ହେବା ପରେ କମିଆସିଲା ବଳଦଙ୍କ ସଂଖ୍ୟା। ଚଳିତବର୍ଷ ମାତ୍ର ୩୨ ବଳଦ ଯାତ୍ରାରେ ସାମିଲ ହେବେ ବୋଲି ନିଷ୍ପତ୍ତି ହୋଇଛି। ସାଧାରଣତଃ ମହାଳୟା ଅମାବାସ୍ୟାରୁ ଆରମ୍ଭ ହୋଇଥାଏ ଅଭ୍ୟାସ ଯାତ୍ରା। ବଳଦମାନେ ଯେପରି ବୋଲ ମାନିବେ ସେଥିଲାଗି ପାରମ୍ପରିକ ବାଜାବାଣର ତାଳେତାଳେ ସୁସଜ୍ଜିତ ବଳଦଙ୍କୁ ନଗର ପରିକ୍ରମା କରାଯାଇଥାଏ। ଦଶହରା ଦିନ ବଳଦଯାତ୍ରାରେ ସାମୂହିକ ଭାବେ ସୁସଜ୍ଜିତ ବଳଦ ସାମିଲ ହେବା ପରମ୍ପରା ରହିଛି। ତେବେ ଦୁଇବର୍ଷ ହେଲା କରୋନା ପାଇଁ ଯାତ୍ରା ବନ୍ଦ ଥିବାରୁ ବଳଦଙ୍କୁ ଭଲଭାବେ ପ୍ରଶିକ୍ଷଣ ଦେବାକୁ ଗଣେଶ ପୂଜାରୁ ଆରମ୍ଭ ହୋଇଛି ଚଳିତବର୍ଷର ଅଭ୍ୟାସ ଯାତ୍ରା। ପର୍ବ। ତେବେ ଏଥିରେ ଉପୁଜିଛି ସମସ୍ୟା। କାରଣ ଶୋଭାଯାତ୍ରାରେ ଦୃଷ୍ଟି ଆକର୍ଷଣ କରିବା ଭଳି ବଳଦ ମିଳୁନାହାନ୍ତି। ପ୍ରାୟ ୧୦ ବଦଳିଆ କମିଟିର ନିଜସ୍ବ ବଳଦ ଥିବାବେଳେ ଅବଶିଷ୍ଟ ବାହାର ଗଁାରୁ ଭଡ଼ାସୂତ୍ରରେ ଅଣାଯାଇଛି। ଏଥିଲାଗି ବଳଦ ପିଛା ୫,୦୦୦ରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡୁଛି। କେବଳ ଏତିକି ନୁହେଁ, ଚଳିତ ବର୍ଷ ବଡ଼ହାଟ ମଉଡ଼ମଣି ମହାଲକ୍ଷ୍ମୀ ଯୁବକ ସଂଘ ତଥା ବଳଦଯାତ୍ରା କମିଟିର କର୍ମକର୍ତ୍ତାମାନେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ବଳଦ କିଣିଛନ୍ତି। ସେମାନଙ୍କ କହିବା କଥା, ଉକ୍ତ ବଳଦକୁ କେବଳ ବଳଦଯାତ୍ରା ପାଇଁ କିଣାଯାଇଛି। ଯାତ୍ରା ସରିବା ପରେ ଏହାକୁ ଯତ୍ନର ସହ ରଖାଯିବାର ବ୍ୟବସ୍ଥା କରାଯାଇଛି। ସେହିପରି ଅନ୍ୟ କେତେକ କମିଟି ମଧ୍ୟ ଅନୁରୂପ ପନ୍ଥା ଆପଣାଇଥିବା ଜଣାପଡ଼ିଛି।

ଭୁବନ ବଣିଆ ସାହି ଦଶହରା କମିଟି ସଭାପତି ତଥା ସୁନା ବ୍ୟବସାୟୀ ଶିବାନନ୍ଦ ସାହୁ କୁହନ୍ତି, ମନଲାଖି ବଳଦ ମିଳୁ ନ ଥିବାରୁ ବାଧ୍ୟ ହୋଇ ଅନେକେ ବଳଦିଆ ବଳଦ ଭଡ଼ାରେ ଆଣୁଛନ୍ତି। ଏଥିରେ ୧୦,୦୦୦ ଟଙ୍କା ଯାଏ ଖର୍ଚ୍ଚ ହେଉଛି। ଏବେ କେତେକ ବଳଦିଆ କମିଟି ଚାଷୀଙ୍କ ସହ ବୁଝାମଣା ମଧ୍ୟ କରୁଛନ୍ତି। ଚାଷୀଙ୍କୁ ବଳଦ କ୍ରୟ ବାବଦ ଅଧା ଟଙ୍କା ଦେଉଛନ୍ତି। ସମ୍ପୃକ୍ତ ଚାଷୀ ବଳଦକୁ ବର୍ଷତମାମ ପୋଷୁଥିବାବେଳେ ଯାତ୍ରା ସମୟରେ ଦେଇଥାଆନ୍ତି। ସେମାନଙ୍କ ସହ ଉତ୍ତମ ସମ୍ପର୍କ ନ ରହିଲେ ବଳଦ ମିଳିବ ନାହିଁ। ଯାତ୍ରା ପ୍ରଭାବିତ ହେବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ସମ୍ମାନ ସ୍ବରୂପ ବଳଦ ମାଲିକ ତଥା ଚାଷୀଙ୍କ ଘରକୁ ଯାଇ ଲୁଗାପଟା, ମିଠା ଦେଇ ସମ୍ମାନିତ କରିଥାଉ। ଏହା ବଳଦଯାତ୍ରାକୁ ବଞ୍ଚାଇ ରଖିବାରେ ସହାୟକ ହେଉଥିବାବେଳେ ଭାଇଚାରା ମଧ୍ୟ ବଢ଼ାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri