ସମ୍ପର୍କ ସଫଳ କରିବାକୁ ହେଲେ…

ପ୍ରେମ ଏବଂ ବୈବାହିକ ସମ୍ପର୍କ ମଣିଷ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ପବିତ୍ର ବୋଲି ବିବେଚନା କରାଯାଏ। ଜଣେ ବ୍ୟକ୍ତି ଏହି ଦୁଇଟି ସମ୍ପର୍କରେ କେବେ ବିଫଳ ହେବାକୁ ଚାହେଁ ନାହିଁ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଏ ବିଷୟରେ ଉଲ୍ଲେଖ କରିଛନ୍ତି ଯେ, ଜଣେ ପ୍ରେମୀ କିପରି ହେବା ଉଚିତ୍‌। ଏପରି ପରିସ୍ଥିତିରେ ଜଣେ ପୁରୁଷରେ କେଉଁ ଗୁଣ ଆବଶ୍ୟକ ତାହା ବିଷୟରେ ମଧ୍ୟ ଚାଣକ୍ୟ କହିଛନ୍ତି।

ଚାଣକ୍ୟ କହିଛନ୍ତି ଯେ, ଯିଏ ମହିଳାଙ୍କୁ ସମ୍ମାନ କରନ୍ତି। ସେମାନଙ୍କର ଗୁରୁତ୍ୱକୁ ବୁଝନ୍ତି ସେ ସେମାନଙ୍କ ସମ୍ପର୍କକୁ ଆଗେଇ ନେବାରେ ବିଫଳ ହେବେ ନାହିଁ।

ଚାଣକ୍ୟ ଏହି ଅଭ୍ୟାସକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ପ୍ରେମିକା ବ୍ୟତୀତ ଅନ୍ୟ କୌଣସି ମହିଳାଙ୍କ ପ୍ରତି ଆକର୍ଷିତ ହୁଅନ୍ତି ନାହିଁ ଏବଂ ତାଙ୍କୁ ଖରାପ ଆଖିରେ ଦେଖନ୍ତି ନାହିଁ, ତେବେ ସେ ତାଙ୍କ ପ୍ରେମକୁ ବଞ୍ଚାଇ ପାରିବେ।

ଚାଣକ୍ୟଙ୍କ ଅନୁଯାୟୀ, ଯେଉଁ ସ୍ତ୍ରୀଙ୍କୁ ତାଙ୍କ ସ୍ବାମୀ ଉପରେ ଭରସା ଥାଏ ସେମାନଙ୍କ ସମ୍ପର୍କ କେବେ ବିଫଳ ହୁଏ ନାହିଁ । ପ୍ରତ୍ୟେକ ସ୍ତ୍ରୀ ନିଜ ସ୍ବମୀଙ୍କଠାରେ ପିତାଙ୍କୁ ଦେଖନ୍ତି। ଏପରି ପରିସ୍ଥିତିରେ, ଯଦି ପୁରୁଷ ସ୍ତ୍ରୀଙ୍କୁ ସୁରକ୍ଷା ଦିଅନ୍ତି , ତେବେ ସେ ସ୍ତ୍ରୀ ସର୍ବଦା ତାଙ୍କ ସହିତ ଖୁସିରେ ରୁହନ୍ତି।