ବନ୍ଦେ ଭାରତ ଟ୍ରେନ୍‌ରେ କରୋନାରୁ ଯାତ୍ରୀଙ୍କୁ ରଖାଯିବ ସୁରକ୍ଷିତ, ରହିଛି ଏସବୁ ବ୍ୟବସ୍ଥା…

ନୂଆଦିଲ୍ଲୀ, ୧୩।୯ : ଖୁବ ଶୀଘ୍ର ଟ୍ରାକରେ ଚାଲିବାକୁ ଯାଉଥିବା ବନ୍ଦେ ଭାରତ ଟ୍ରେନରେ କେତେକ ପରିବର୍ତ୍ତନ କରାଯାଇଛି। ଏହି ନୂତନ ବନ୍ଦେ ଭାରତ-୨ ଟ୍ରେନରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ନହେବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଯାତ୍ରୀମାନଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ନୂଆ ଟ୍ରେନ ଅଧିକ ସୁରକ୍ଷିତ ବୋଲି କୁହାଯାଛଛି। ବର୍ତ୍ତମାନ ଏହି ପରିବର୍ତ୍ତନ ଆଗାମୀ ସମସ୍ତ ବନ୍ଦେ ଭାରତ ଟ୍ରେନରେ କରାଯିବ।

ବାୟୁରୁ ଆସୁଥିବା ଭୂତାଣୁ, ଜୀବାଣୁ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସଂକ୍ରମଣ ସମସ୍ୟରୁ ଦୂରେଇ ରଖିବା ପାଇଁ ନୂତନ ବନ୍ଦେ ଭାରତ ଟ୍ରେନରେ କାଟାଲାଇଟିକ ଅଲଟ୍ରାଭାଇଓଲେଟ ଏୟାର ପ୍ୟୁରିଫିକେଶନ ସିଷ୍ଟମ ସ୍ଥାପନ କରାଯାଇଛି। ବାୟୁ ବିଶୋଧନ ପାଇଁ ଏକ ଛାତ ମାଉଣ୍ଟେଡ ପ୍ୟାକେଜ ୟୁନିଟ(ଆରଏମପିୟୁ) ଭାବରେ ଏହି ସିଷ୍ଟମ ଟ୍ରେନ୍‌ର ନୂତନ ଡିଜାଇନରେ ଉପଲବ୍ଧ ହେବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅନୁଯାୟୀ, କେନ୍ଦ୍ରୀୟ ବୈଜ୍ଞାନିକ ଉପକରଣ ସଂଗଠନ ସିଏସ୍‌ଆଇଓ, ଚଣ୍ଡିଗଡ଼ର ସୁପାରିଶ କ୍ରମେ ଆରଏମପିୟୁର ଉଭୟ ମୁଣ୍ଡରେ ଏହି ବ୍ୟବସ୍ଥା ସ୍ଥାପନ କରାଯାଇଛି। ଯାହାଦ୍ୱାରା ଭୁତାଣୁ, ଜୀବାଣୁ ରହିତ ନିର୍ମଳ ବାୟୁକୁ ଫିଲ୍ଟର୍‌ ଦ୍ୱାରା ସଫା କରାଯାଇପାରିବ। ଫଳରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଏକ ସୁସ୍ଥ ପରିବେଶରେ ଯାତ୍ରା କରିପାରିବେ।

ସୂଚନା ଅନୁଯାୟୀ, ନୂତନ ବନ୍ଦେ ଭାରତ ଟ୍ରେନ ୩୦ ସେପ୍ଟେମ୍ବରରୁ ଆରମ୍ଭ ହେବ ବୋଲି କୁହାଯାଉଛି। ରେଳ ମନ୍ତ୍ରୀଙ୍କ ଅନୁଯାୟୀ ଟ୍ରେନରେ ସିଆରଏସ କ୍ଲିୟରାନ୍ସ ରହିଛି। ସେପ୍ଟେମ୍ବର ୩୦ରେ ଅହମ୍ମଦାବାଦରୁ ଟ୍ରେନକୁ ଫ୍ଲାଗ ଅଫ୍‌ କରାଯାଇପାରିବ ବୋଲି ସମ୍ଭାବନା ପ୍ରକାଶ ପାଇଛି।

ଭାରତୀୟ ରେଳବାଇ ୧୫ ଅଗଷ୍ଟ ୨୦୨୩ ପୂର୍ବରୁ ଏକ ବର୍ଷ ମଧ୍ୟରେ ୭୫ ବନ୍ଦେ ଭାରତ ଟ୍ରେନକୁ ଟ୍ରାକରେ ରଖିବାକୁ ପ୍ରସ୍ତୁତ ହେଉଛି। ରେଳ ମନ୍ତ୍ରଣାଳୟ ଅନୁଯାୟୀ, ନୂତନ ଟ୍ରେନ ନିର୍ମାଣ ପରେ ଅବଶିଷ୍ଟ ୭୪ ବନ୍ଦେ ଭାରତ ଟ୍ରେନର ଉତ୍ପାଦନ ଖୁବ ଶୀଘ୍ର କରାଯିବ। ପ୍ରଥମ ଦୁଇ-ତିନି ମାସରେ, ପ୍ରତି ମାସରେ ଦୁଇରୁ ତିନି ବନ୍ଦେ ଭାରତ ଟ୍ରେନ ଉତ୍ପାଦନ ହେବ। ଏହା ପରେ ଉତ୍ପାଦନ ପ୍ରତି ମାସରେ ୬ ରୁ ୭ କୁ ବୃଦ୍ଧି କରାଯିବ। ଏହିପରି, ଆସନ୍ତା ବର୍ଷ ସୁଦ୍ଧା ୭୫ କିମ୍ବା ଅଧିକ ଟ୍ରେନ ନିର୍ମାଣ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri