ଫିଟ୍‌ ରହିବା ପାଇଁ…

ବର୍ତ୍ତମାନ ଯୁବାବସ୍ଥାରୁ ଅନେକଙ୍କ ଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଫିଟ୍‌ ଏବଂ ଏନର୍ଜେଟିକ୍‌ ରହିବା ବୟସରେ ଏପରି ସମସ୍ୟା ଦେଖା ଦେବାର ମୁଖ୍ୟ କାରଣ ହେଉଛି ଅସନ୍ତୁଳିତ ଖାଦ୍ୟାଭ୍ୟାସ, କମ୍‌ ଶୋଇବା, ଶାରୀରିକ ବ୍ୟାୟାମର ଅଭାବ ଏବଂ ଦୀର୍ଘ ସମୟ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍‌ ବ୍ୟବହାର କରିବା। ତେଣୁ ସୁସ୍ଥ ରହିବା ଲାଗି ଦୈନନ୍ଦିନ ଜୀବନଚର୍ଯ୍ୟାରେ କେତେକ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ। ଜାଣି ରଖନ୍ତୁ ସେ ସମ୍ପର୍କରେ…
ରୁହନ୍ତୁ ହାଇଡ୍ରେଟ୍‌: ପ୍ରତିଦିନ ସକାଳୁ ଦୁଇ ଗ୍ଲାସ୍‌ ଉଷୁମ ପାଣି ପିଅନ୍ତୁ। ଏହା ଶରୀରକୁ ଡିଟକ୍ସ କରିଥାଏ, ଅର୍ଥାତ୍‌ ସମସ୍ତ ବର୍ଜ୍ୟ ଉପାଦାନ ନିଷ୍କାସନ କରିବାରେ ସାହାଯ୍ୟ କରିଥାଏ। ଏହା ଡିହାଇଡ୍ରେଶନ୍‌ ସମସ୍ୟା ଉପୁଜିବାକୁ ଦେଇ ନ ଥାଏ। ହଜମକ୍ରିୟା ଠିକ୍‌ କରିବା ସହ ପେଟ ସମସ୍ୟା ଦୂର କରିଥାଏ। ଏହା ବ୍ୟତୀତ ଦିନ ମଧ୍ୟରେ ଅତି କମ୍‌ରେ ୩-୪ ଲିଟର ପାଣି ପିଅନ୍ତୁ।
ଅଧିକ ଚାଲିବା ଭଲ: ସକାଳୁ ଚାଲିବା ଏକ ବହୁତ ଭଲ ଅଭ୍ୟାସ। ପ୍ରତିଦିନ ସମୟ ବାହାର କରି ଅତିକମ୍‌ରେ ଅଧଘଣ୍ଟା ଚାଲନ୍ତୁ। ଏହାକୁ ନିଜ ଲାଇଫ୍‌ ଷ୍ଟାଇଲ୍‌ରେ ସାମିଲ୍‌ କରି ଦେଖନ୍ତୁ ନିଶ୍ଚୟ ଉପକୃତ ହେବେ। ମାର୍କେଟ୍‌, କଲେଜ୍‌, ଅଫିସ୍‌ ଆଦି ପାଖ ହୋଇଥିଲେ ଗାଡ଼ି ନ ନେଇ ଚାଲି ଚାଲି ଯାଇପାରିବେ।
– ଉପର ଫ୍ଲୋର୍‌କୁ ଯିବା ଲାଗି ଲିଫ୍ଟ ବଦଳରେ ପାହାଚ ବ୍ୟବହାର କରନ୍ତୁ। ଏହାଦ୍ୱାରା କ୍ୟାଲୋରି ବର୍ନ ହେବା ସହ ଶରୀର ମଧ୍ୟ ଫିଟ୍‌ ରହିବ।
ଠିକ୍‌ ରଖନ୍ତୁ ଖାଦ୍ୟପେୟ- ସନ୍ତୁଳିତ ଖାଦ୍ୟପେୟ ମଧ୍ୟ ଫିଟ୍‌ ରହିବା ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ହେଲେ ବର୍ତ୍ତମାନ ଫାଷ୍ଟଫୁଡ୍‌, ଜଙ୍କଫୁଡ୍‌ ଭଳି ଖାଦ୍ୟ ଅନେକଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ତେଣୁ ଇଚ୍ଛା ହେଲେ ଫାଷ୍ଟଫୁଡ୍‌ ବଦଳରେ ଘରୋଇ ହେଲ୍‌ଦି ଖାଦ୍ୟ ଖାଆନ୍ତୁ। ଚିପ୍ସ, ବିସ୍କୁଟ୍‌ ବଦଳରେ ଫଳ, ବାଦାମ, ଗଜାମୁଗ, ବୁଟ, ସାଲାଡ୍‌ ଆଦି ଖାଆନ୍ତୁ ଏବଂ କୋଲ୍‌ଡ ଡ୍ରିଙ୍କ୍ସ ବଦଳରେ ଫ୍ରୁଟ୍‌ଜୁସ୍‌, ପଇଡ ପାଣି, ଲସି, ଆଖୁରସ ପିଇଲେ ବେଶ୍‌ ଭଲ। ନିଜ ପ୍ରତିଦିନ ଖାଦ୍ୟ ତାଲିକାରେ ଫାଇବର ଏବଂ ଭିଟାମିନ୍‌ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ। ସକାଳୁ ଉଠି ବେଡ୍‌-ଟି ପିଇବାର ଅଭ୍ୟାସ ଅନେକଙ୍କର ରହିଛି, ଯାହାକି ସ୍ବାସ୍ଥ୍ୟପକ୍ଷେ ହାନିକାରକ। ତେଣୁ ଏହା ବଦଳରେ ଗ୍ରୀନ୍‌-ଟି ପିଇଲେ ଉପକୃତ ହୋଇପାରିବେ।
କମାନ୍ତୁ ଇ-ଗ୍ୟାଜେଟ୍‌ ଟାଇମ୍‌: ଦୀର୍ଘସମୟ ଧରି ମୋବାଇଲ୍‌ ବ୍ୟବହାର କରିବା ଆଜିର ଯୁବିପିଢିଙ୍କର ଯେମିତି ଏକ ପ୍ରମୁଖ କାର୍ଯ୍ୟ ପାଲଟିଯାଇଛି। ହେଲେ ଏଥିପାଇଁ ଦୀର୍ଘ ସମୟ ଜାକି ହୋଇ ବା ବଙ୍କା ହୋଇ ବସିବା ଦ୍ୱାରା ମେରୁଦଣ୍ଡ ସହ ବେକ, ଅଣ୍ଟା ଆଦିରେ ଚାପ ପଡ଼ିଥାଏ। ସେହିପରି ଜାକି ହୋଇ ବସିବା ଦ୍ୱାରା ପେଟ ଚାପି ହୋଇ ରହିବା କାରଣରୁ ହଜମ କ୍ରିୟା, ଶ୍ୱାସକ୍ରିୟା ବାଧାପ୍ରାପ୍ତ ହୋଇଥାଏ, ଯାହାଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ। ଯଦି କମ୍ପ୍ୟୁଟର କିମ୍ବା ଲାପଟପ୍‌ରେ ଅଧିକ ସମୟ କାମ କରିବାକୁ ପଡୁଛି, ତେବେ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ନ ରହି ମଝିରେ ମଝିରେ ଉଠି ଅଳ୍ପ ଚଲାବୁଲା କରନ୍ତୁ। ଏହାଦ୍ୱାରା ଶରୀର ଏବଂ ଆଖି ଉଭୟକୁ କିଛି ସମୟ ଆରାମ ମିଳିଯିବ।
ଠିକ୍‌ ସମୟରେ ଖାଆନ୍ତୁ: ସକାଳ ଜଳଖିଆ ଠିକ୍‌ ସମୟରେ ନ ଖାଇବା କିମ୍ବା ଅଧିକ ସମୟ ଶୋଇ ଜଳଖିଆ ନ ଖାଇ ଏକାଥରେ ମଧ୍ୟାହ୍ନ ଭୋଜନ କରିବାର ବଦଭ୍ୟାସ ଅନେକଙ୍କ ଠାରେ ରହିଛି। ଯାହାକି ସ୍ବାସ୍ଥ୍ୟ ସମସ୍ୟାର ମୂଳ କାରଣ। ତେଣୁ ସକାଳ ଜଳଖିଆ ନିହାତି ଖାଆନ୍ତୁ ଏବଂ ଏଥିରେ କୌଣସି ଫାଷ୍ଟଫୁଡ୍‌ କିମ୍ବା ତେଲମସଲା ଖାଦ୍ୟ ରଖନ୍ତୁ ନାହିଁ। ସେହିପରି ରାତିରେ ଅଧିକ ବିଳମ୍ବରେ ନ ଖାଇ ୮-୯ଟା ମଧ୍ୟରେ ଡିନର କରିନିଅନ୍ତୁ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାତ୍ରଭୋଜନର ତୁରନ୍ତ ପରେ ଆଦୌ ଶୁଅନ୍ତୁ ନାହିଁ। ଅଳ୍ପ ସମୟ ଚାଲନ୍ତୁ କିମ୍ବା ଅନ୍ୟ କୌଣସି କାମ କରିବା ପରେ ଶୁଅନ୍ତୁ।
ଜରୁରୀ ଏକ୍ସରସାଇଜ୍‌: ପ୍ରତିଦିନ କିଛି ସମୟ ଯୋଗ, ବ୍ୟାୟାମ କରନ୍ତୁ। ମ୍ୟୁଜିକ୍‌ ଲଗାଇ କିଛି ସମୟ ଡ୍ୟାନ୍ସ କଲେ ମଧ୍ୟ ଖୁବ୍‌ ଭଲ ଏକ୍ସରସାଇଜ୍‌ ହୋଇପାରିବ। ଯଦି ସୁବିଧା ଅଛି, ତେବେ ସାଇକ୍ଲିଂ କଲେ ବି ବେଶ୍‌ ଉପକୃତ ହୋଇପାରିବେ। ପ୍ରତିଦିନ ଏକ୍ସରସାଇଜ୍‌ କଲେ ମେଦବହୁଳତା, ହୃଦ୍‌ରୋଗ, ଡାଇବେଟିସ୍‌ ଭଳି ଅନେକ ସମସ୍ୟାଠୁ ଦୂରେଇ ରହିପରିବେ। ତା’ଛଡା ଏହା ମାନସିକ ସ୍ବାସ୍ଥ୍ୟ ଠିକ୍‌ ରଖିବାରେ ମଧ୍ୟ ବେଶ୍‌ କାମରେ ଆସିଥାଏ। ଖାଲି ସମୟ ପାଇଲେ ଦୁଇ ହାତର ପାପୁଲିକୁ ଭଲ ଭାବେ ରଗଡ଼ନ୍ତୁ। ଏହାଦ୍ୱାରା ବ୍ଲଡ୍‌ ସର୍କୁଲେଶନ୍‌ ଭଲ ଭାବେ ହୋଇଥାଏ।
ପର୍ଯ୍ୟାପ୍ତ ନିଦ୍ରା: ନିଦ ମଧ୍ୟ ଶରୀରକୁ ସୁସ୍ଥ ରଖିବା ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ପାଠପଢ଼ା, ନାଇଟ୍‌ ଡ୍ୟୁଟି ଜବ୍‌ କିମ୍ବା ରାତିରେ ଅଧିକ ସମୟ ମୋବାଇଲ୍‌ ଦେଖିବାରେ ଅନେକଙ୍କ ନିଦ୍ରା ପ୍ରଭାବିତ ହେଉଛି ଏବଂ ନିଦ୍ରାହୀନତାଜନିତ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଛି। ତେଣୁ ପ୍ରତ୍ୟେକଙ୍କୁ ନିଜର କାର୍ଯ୍ୟ ବା ଶ୍ରମ ଅନୁସାରେ ଶରୀରକୁ ଆବଶ୍ୟକ ଆରାମକୁ ଆଖି ଆଗରେ ରଖି ଶୋଇବା ଦରକାର। ତେଣୁ ପ୍ରତି ୭-୮ ଘଣ୍ଟା କିମ୍ବା କିଛି ନିର୍ଦ୍ଦିଷ୍ଟ ସମୟ ନ ରଖି ଶରୀରର ଆବଶ୍ୟକତା ଅନୁଯାୟୀ ଶୁଅନ୍ତୁ। ଏହାଦ୍ୱାରା ଶରୀରର ମେଟାବୋଲିଜମ୍‌ ଠିକ୍‌ ରଖିବ, ଉଭୟ ଶରୀର ଏବଂ ମନ ଷ୍ଟ୍ରେସ୍‌ ଫ୍ରି ରହିବା ସହିତ ରୋଗ ପ୍ରତିରୋଧକ ଶକ୍ତି ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri