ଘରେ ଶାନ୍ତି ରହିବା ପାଇଁ …

ସପ୍ତାହରେ ଥରେ ହେଉନା କାହିଁକି ଘରେ ଝୁଣା ଧୂପ ଲଗାଇବା ଶୁଭ ହୋଇଥାଏ।
ସେହିପରି ତାଓ୍ବାରେ ରୁଟି ସେକିବା ପୂର୍ବରୁ ସେଥିରେ କିଛି କ୍ଷୀରର ଛିଟା ମାରିକି ସେକିବା ସହ ପ୍ରଥମ ରୁଟିକୁ ଗୋମାତାଙ୍କୁ ଖାଇବାକୁ ଦେଲେ ଘରେ ସୁଖଶାନ୍ତି ବଢିଥାଏ ବୋଲି ବିଶ୍ୱାସ ରହିଛି।
ଘରେ ଗୋଟିଏ ରେଖାରେ ତିନୋଟି କବାଟ ରହିବା ମଧ୍ୟ ଦୌ ଶୁଭ ଲକ୍ଷଣ ହୋଇ ନଥାଏ।
ସେହିପରି ଭଙ୍ଗାରୁଜା କିମ୍ବା ଅନାବଶ୍ୟକ ଜିନିଷ ତଥା ଶୁଖିଲା ଫୁଲ ଆଦିକୁ ଘରେ ରଖିବା ବି ଉଚିତ୍‌ ନୁହେଁ।
ଘରର ଦକ୍ଷିଣ-ପୂର୍ବ କୋଣରେ ସବୁଜୀମା ଭରା ଚିତ୍ର ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ଉତ୍ପନ ହୋଇଥାଏ।
ଘରେ ରାହୁ ଦୋଷ ଥିଲେ ମୟୂର ପୁଚ୍ଛକୁ ଘରର ପୂର୍ବ ତଥା ଉତ୍ତର ଦିଗରେ ଥିବା କବାଟରେ ଲଗାଇଦେଲେ ଶୁଭ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
ସୋରିଷ ତେଲରେ ଲବଙ୍ଗ ପକାଇ ଦୀପ ଜଳାଇଲେ ଘରେ ଶାନ୍ତି ବଜାୟ ରହିଥାଏ ବୋଲି ମଧ୍ୟ ବିଶ୍ୱାସ କରାଯାଏ।
ଅନ୍ୟପକ୍ଷେ ଘରର ଉତ୍ତର ଦିଗରେ ଅଁଳା କିମ୍ବା ତୁଳସୀ ଗଛ ଲଗାଇବା ଦ୍ୱାରା ବି ପରିବାରର ମଙ୍ଗଳ ହେବ୦ା ସହ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ।