ଯୋଗାଡ଼ କରିବା ଜଟିଳ

କେଇ ଦଶନ୍ଧି ପରେ ଢେଙ୍କାନାଳର ଐତିହ୍ୟସମ୍ପନ୍ନ ରଥଯାତ୍ରା ଇତିହାସ ପାଲଟିଯିବନି ତ? ଏବେ ସାରା ସହରରେ ଏଭଳି ଏକ ପ୍ରଶ୍ନ ବୁଦ୍ଧିଜୀବୀ ମହଲରେ ଗୁଞ୍ଜରଣ ସୃଷ୍ଟି କରିଛି। ଏହାପଛର କାରଣ ରଥ ପାଇଁ କାଠ ଅଭାବ। ଫି’ବର୍ଷ ରଥ ନିର୍ମାଣ ଲାଗି ମନ ମୁତାବକ କାଠ ଯୋଗାଡ଼ କରିବାରେ ଉଭୟ ଜିଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ନାକେଦମ୍‌ ହେଉଛି । ବନ ବିଭାଗର ଜଟିଳ ନିୟମ ଜଙ୍ଗଲରୁ କାଠ ସଂଗ୍ରହ କରିବାରେ ଅଡୁଆ ବଢ଼ାଇଛି । ଖର୍ଚ୍ଚ ତୁଳନାରେ ବଜେଟ୍‌ ବୃଦ୍ଧି ହେଉ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଛି।

ଢେଙ୍କାନାଳ ଅଫିସ,୨୮ା୫: ରଥଯାତ୍ରା ଆସିଲେ ଢେଙ୍କାନାଳ ଦେବୋତ୍ତର ବିଭାଗର ଆରମ୍ଭ ହୁଏ କାଠଚିନ୍ତା। ଯେନତେନ ପ୍ରକାରେ ରଥ ନିର୍ମାଣ ଶେଷହୁଏ। ଘୋଷଯାତ୍ରା ମଧ୍ୟ ସରିଯାଏ। ଏହାପରେ ସମସ୍ତେ ଭୁଲିଯାଆନ୍ତି ମୂଳ ସମସ୍ୟା। ବନ ବିଭାଗ-ଦେବୋତ୍ତର ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ପ୍ରାୟ ପ୍ରତିବର୍ଷ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି।
ଢେଙ୍କାନାଳର ରଥଯାତ୍ରା ନିଆରା। ଏଠାରେ ଦୁଇଟି ରଥ ନିର୍ମାଣ ହୋଇଥାଏ। ଚଳିତବର୍ଷ ଏଥିଲାଗି ପ୍ରାୟ ୧୩ ଲକ୍ଷ ଟଙ୍କାର ବଜେଟ ହୋଇଛି। ରଥ ତିଆରିରେ ଧଉରା, ଶାଳ, ଶିମିଳି, ନିମ୍ବ କାଠ ଆବଶ୍ୟକ ପଡୁଛି। ନିର୍ଦ୍ଧାରିତ ସମୟରେ କାଠ ଯୋଗାଇଦେବା ଲାଗି ଦେବୋତ୍ତର ବିଭାଗ ପକ୍ଷରୁ ବନ ବିଭାଗକୁ ରୟାଲଟି ବାବଦକୁ ୭୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଦିଆଯାଇଛି। ହେଲେ ଧଉରା ଏବଂ ଶାଳକାଠ ଅଭାବ ବନ ବିଭାଗ ପୂରଣ କରିପାରୁନାହିଁ। ଅନ୍ୟପଟେ ମହାପ୍ରଭୁଙ୍କ ଏହି ପ୍ରସିଦ୍ଧ ଯାତ୍ରାର ଯଥେଷ୍ଟ ପୂର୍ବରୁ ଏଥିଲାଗି ବିଧିବଦ୍ଧ ଭାବେ ଯୋଜନା ପ୍ରସ୍ତୁତ କରାଯାଉନାହିଁ। ବନ ବିଭାଗ-ଦେବୋତ୍ତର ବିଭାଗ ମଧ୍ୟରେ ସମନ୍ବୟ ମଧ୍ୟ ରହୁନାହିଁ। ଏହି କାରଣରୁ ୪ବର୍ଷ ତଳେ ଉଭୟ ବିଭାଗ ମୁହଁାମୁହିଁ ହୋଇଥିଲେ। ଏଥିରେ ଜିଲା ପ୍ରଶାସନକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଗତବର୍ଷ କପିଳାସ ଅଭୟାରଣ୍ୟରୁ ଚକ, ଅଖ ନିର୍ମାଣ ପାଇଁ କାଠ ନିଆଯାଉଥିବାବେଳେ ବନ ବିଭାଗ ଜବତ କରିଥିଲା। ସଂରକ୍ଷିତ ଜଙ୍ଗଲରୁ କାଠ କାଟିବା ଦଣ୍ଡନୀୟ ଅପରାଧ ହୋଇଥିବାବେଳେ ଦେବୋତ୍ତର ବିଭାଗ ହରଡ଼ଘଣାରେ ପଡ଼ିଥିଲା। ଜିଲାପାଳଙ୍କ ହସ୍ତକ୍ଷେପ ପରେ ମାମଲାର ସମାଧାନ ହୋଇଥିଲା। ଚଳିତବର୍ଷ କାଠ ଅଭାବ ସମସ୍ୟା ଭିତରେ ରଥ ନିର୍ମାଣ ଚାଲିଛି। ଦୁଇ ରଥ ପାଇଁ ମୋଟ ୨୦ ଚକ ନିର୍ମାଣ ହେବାକୁ ଥିବାବେଳେ ଅଦ୍ୟାବଧି କେବଳ ୮ଟି ଚକ ନିର୍ମାଣ ଲାଗି ୩ଟି କାଠ ଯୋଗାଡ଼ ହୋଇପାରିଛି। ଏଥିରେ ୨ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଅବଶିଷ୍ଟ କାଠ କେମିତି ସଂଗ୍ରହ ହେବ ତାହାକୁ ନେଇ ଚିନ୍ତାରେ ପଡ଼ିଛି ଦେବୋତ୍ତର ବିଭାଗ। ତେଣୁ ରଥ ନିର୍ମାଣର ପୂର୍ବରୁ ବନ ବିଭାଗ, ଦେବୋତ୍ତର ବିଭାଗ, ଜିଲା ପ୍ରଶାସନ ଏକତ୍ର ବୈଠକ କରି ଏହାର ସମାଧାନ ଦିଗରେ ପ୍ରୟାସ କରିବା ଉଚିତ ବୋଲି ମତପ୍ରକାଶ ପାଇଛି। ଅନ୍ୟପଟେ ରଥ ନିର୍ମାଣ ବଜେଟ୍‌ ବୃଦ୍ଧି କରିବାକୁ ମଧ୍ୟ ବୁଦ୍ଧିଜୀବୀ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ସହକାରୀ ବନ ସଂରକ୍ଷକ ସୁବ୍ରତ କୁମାର ପାତ୍ର କୁହନ୍ତି, ବନ ବିଭାଗ ପକ୍ଷରୁ କଟାଯାଇ ରଖାଯାଇଥିବା କାଠକୁ ନିୟମ ଅନୁଯାୟୀ ଦିଆଯାଇପାରିବ। ବେନିୟମ ଭାବେ କାଠ ଦେଇହେବନାହିଁ। ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ପାଇଁ କେତେକ ରେଞ୍ଜ୍‌ରେ ଚାରା ରୋପଣ ହୋଇଛି। ସେସବୁ ସ୍ଥାନରେ କେବଳ ଫାଶି ଚାରା ଲଗାଯାଇଛି।

ରଥକାଠ ସମସ୍ୟାର ସମାଧାନ ଲାଗି ପ୍ରାୟ ୩୦ ବର୍ଷ ତଳେ କପିଳାସ ପାଦ ଦେଶରେ ପୁରୀ ଗଜପତିଙ୍କ ଦ୍ୱାରା ୧୦୦ ଏକର ଜମିରେ ଆରମ୍ଭ ହୋଇଥିଲା ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ। ହେଲେ ବନ ବିଭାଗର ରକ୍ଷଣାବେକ୍ଷଣ ଅଭାବରୁ ବହୁ ଗଛ ନଷ୍ଟ ହୋଇଯାଇଥିଲା। ୧୯୯୯ ମହାବାତ୍ୟାରେ ପ୍ରକଳ୍ପ ସମ୍ପୂର୍ଣ୍ଣ ଉଜୁଡ଼ିଯାଇ ଶ୍ରୀହୀନ ହୋଇପଡ଼ିଛି। ବନୀକରଣ ସମୟରେ ଏଠାରେ ରଥ ନିର୍ମାଣ ଉପଯୋଗୀ ଗଛ ଲଗାଇଲେ କିଛି ବର୍ଷ ମଧ୍ୟରେ କାଠ ସଂଗ୍ରହ ହୋଇପାରନ୍ତା। ହେଲେ ଏହାର ପୁନରୁଦ୍ଧାର ଲାଗି କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବାରୁ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

ଚାରାରୋପଣ ଜରୁରୀ
ଦିନକୁ ଦିନ ବନ ବିଭାଗର ନିୟମ କଡ଼ାକଡ଼ି ହେଉଛି। ତେଣୁ ସମସ୍ୟାର ସମାଧାନ ଲାଗି ରଥ ନିର୍ମାଣ ଉପଯୋଗୀ ଚାରା ରୋପଣ କରିବା ଜରୁରୀ। ବ୍ରାହ୍ମଣୀ ନଦୀ ତଟବର୍ତ୍ତୀ ସୋଗରସ୍ଥିତ ମହାତ୍ମା ଗାନ୍ଧୀ ଜାତୀୟ ଔଷଧୀୟ ଅରଣ୍ୟରେ ଚାରା ଲଗାଯାଇପାରିବ।
-ସୁକାନ୍ତ କୁମାର ମିଶ୍ର, ସାମାଜିକ କର୍ମୀ

ଦେବୋତ୍ତର ଜମିରେ ପ୍ରକଳ୍ପ କରାଯାଉ
ଜଗନ୍ନାଥ ବନ ପ୍ରକଳ୍ପ ଉଜୁଡ଼ି ଯିବା ପରେ ରଥ କାଠ ସଂଗ୍ରହରେ ଦେବୋତ୍ତର ବିଭାଗ ବିପୁଳ ଅର୍ଥ ଖର୍ଚ୍ଚ କରୁଛି। ଦେବୋତ୍ତର ବିଭାଗ ଜମିରେ ବନ ବିଭାଗ ଏହି ପ୍ରକଳ୍ପ ପୁନର୍ବାର ଆରମ୍ଭ କରିବା ଉଚିତ୍‌। ଏବେଠାରୁ ସଜାଗ ନ ହେଲେ ଆଗକୁ ସମସ୍ୟା ଜଟିଳ ହେବ ା
-ପ୍ରଦ୍ୟୁମ୍ନ ରଥ, ଢେଙ୍କାନାଳ ଶ୍ରୀଜଗନ୍ନାଥ ସେବା ପରିଷଦ, ସଭାପତି

ସକାରାତ୍ମକ ଆଲୋଚନା ହେଉ
କାଠ ଅଭାବ ସମସ୍ୟା ଦୂର କରିବା ଲାଗି ଜିଲାପାଳ ଓ ଜିଲା ବନଖଣ୍ଡ ଅଧିକାରୀ ଏକାଠି ବିଚାରବିମର୍ଶ କରିବା ଜରୁରୀ। ଠାକୁରଙ୍କ ପାଇଁ କୌଣସି କାମ କେବେ ଅଟକିବନାହିଁ। ଏଥିପାଇଁ ସକାରାତ୍ମକ ଆଲୋଚନା ହେଉ।
-ଅବନୀ କୁମାର ମିଶ୍ର, ରାଜ୍ୟ ଲୋକକକଳା ସଂଘ ଉପସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri