Posted inଫୁରସତ

ଏହି ଦେଶରେ ଟିଭି ଦେଖିବା ପାଇଁ ବି ନେବାକୁ ପଡ଼େ ସରକାରଙ୍କ ଅନୁମତି

ଆଜିକାଲି ଗ୍ରାମାଞ୍ଚଳରେ ସମସ୍ତ ସୁବିଧା ଉପଲବ୍ଧ ହେଉଥିବାବେଳେ ଆଫ୍ରିକାର ଇରିଟ୍ରିଆ କିନ୍ତୁ ଆଧୁନିକତାଠାରୁ ବହୁ ଦୂରରେ। ହାତପାହାନ୍ତାରେ ଲୋକେ ସବୁ ସୁବିଧା ପାଉଥିବାବେଳେ ଇରିଟିଆରେ ଏଟିଏମ୍‌ ନାହିଁ। ଖାଲି ଏତିକି ନୁହେଁ, ଏଠାରେ ସରକାରଙ୍କ ନିର୍ଦ୍ଦେଶରେ ସବୁକିଛି କରିବାକୁ ପଡ଼ିଥାଏ। ବ୍ୟାଙ୍କରୁ ଟଙ୍କା ଉଠାଇବାଠାରୁ ଆରମ୍ଭ କରି ସିମ୍‌କାର୍ଡ, ଗାଡ଼ିମୋଟର କିଣା ଏପରି ଟିଭି ଦେଖିବା ପାଇଁ ମଧ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିଥାଏ। ସେହିପରି ସୋସିଆଲ ମିଡିଆ ବ୍ୟବହାର କରିବାକୁ ହେଲେ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଛି।
୧୯୯୩ ମସିହାରେ ଇରିଟ୍ରିଆ ଇଥିୟୋପିଆଠାରୁ ସ୍ବାଧୀନତା ପାଇଥିଲା। ଇରିଟ୍ରିଆରେ ଏରିଟେଲ୍‌ ନାମକ ଏକମାତ୍ର ଟେଲିକମ୍‌ କମ୍ପାନୀ ରହିଛି। ଯାହାକୁ ସେଠାକାର ସରକାର ନିୟନ୍ତ୍ରଣ କରୁଛନ୍ତି। ଏହା ଠିକ୍‌ରେ ମଧ୍ୟ ସେବା ଯୋଗାଇ ପାରୁନାହିଁ। ଅନ୍ତର୍ଜାତୀୟ ଟେଲିକମ୍ୟୁନିକେଶନ ସଂଘର ରିପୋର୍ଟ ଅନୁସାରେ, ଏଠାରେ ମାତ୍ର ୧ ପ୍ରତିଶତ ଇଣ୍ଟରନେଟ୍‌ ବ୍ୟବହାର କରାଯାଏ। ଏପରିକି ମୋବାଇଲ ସିମ୍‌ କାର୍ଡ ପାଇଁ ମଧ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିଥାଏ। ସ୍ଥାନୀୟ ପ୍ରଶାସନର ମଞ୍ଜୁରୀ ପରେ ସିମ୍‌କାର୍ଡ ମିଳିଥାଏ। ଅଲଗା ଦେଶର ଲୋକେ ପହଞ୍ଚିଲେ ସେମାନଙ୍କୁ ଏହି ଦେଶର ଅସ୍ଥାୟୀ ସିମ୍‌କାର୍ଡ ନେବା ପାଇଁ ଆବେଦନ କରିବାକୁ ପଡ଼େ। ଦେଶ ଛାଡ଼ିଲେ ସିମ୍‌ କାର୍ଡ ଫେରାଇବାକୁ ପଡ଼େ। ଏପରି ଆହୁରି ଅନେକ ନିୟମ ରହିଛି। ଗୋଟିଏ ମାସରେ ବ୍ୟାଙ୍କରୁ ୨୩ ହଜାରରୁ ଅଧିକ ଟଙ୍କା ଉଠାଇ ହେବ ନାହିଁ ବୋଲି କଟକଣା ରହିଛି। ଗାଡ଼ିଟିଏ କିଣିବାକୁ ହେଲେ ୧୧ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼େ।
ସରକାର ଏପରି ନିୟମ କରିଥିବାର କାରଣ ମଧ୍ୟ ରହିଛି। ଦରଦାମ୍‌ ନିୟନ୍ତ୍ରଣ ପାଇଁ ଏପରି କରାଯାଇଛି। ଏଥିସହିତ ଲୋକେ ସଞ୍ଚୟ କରିବା ମଧ୍ୟ ଶିଖିବେ। କିଛି ଲୋକ ସରକାରଙ୍କ ଏପରି କଟକଣାକୁ ପସନ୍ଦ କରୁ ନ ଥିବାବେଳେ ଆଉ କିଛି ମାନି ଚଳିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri