ଆକ୍ଟର ହେବା ପାଇଁ ୪ ଶହ ଟଙ୍କା ଲାଞ୍ଚ ଦେଇଥିଲେ ଏହି ଲୋକପ୍ରିୟ ଅଭିନେତା: ଆଜି ଭଗବାନ ଭଳି ପୂଜା କରୁଛନ୍ତି ଲୋକେ

କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟକରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍‌ ଅଭିନେତା ହେଉଛନ୍ତି ସୋନୁ ସୁଦ। କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ସୋନୁ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରେ ପହଞ୍ଚାଇବା ଠାରୁ ଆରମ୍ଭକରି ସେମାନଙ୍କୁ ଚାକିରି ଯୋଗାଇବା ପର୍ଯ୍ୟନ୍ତ ଅନେକ ସାହାଯ୍ୟ କରିଛନ୍ତି। ତାଙ୍କର ଏହି ବନାନ୍ୟତା ପାଇଁ ସେ ପାଲଟିଯାଇଛନ୍ତି ରିୟଲ ଲାଇଫ୍‌ ହିରୋ।ଏଥିପାଇଁ କିଛି ଲୋକ ତାଙ୍କୁ ଭଗବାନ ଭଳି ପୂଜା କରୁଥିବା ମଧ୍ୟ ଶୁଣିବାକୁ ମିଳିଛି।
ନିକଟରେ ସୋନୁ ଛୋଟ ପରଦାର ରିଆଲିଟି ଶୋ’ ଇଣ୍ଡିୟାଜ୍‌ ବେଷ୍ଟ ଡାନ୍ସରରେ ଏଣ୍ଟ୍ରି କରିଥିଲେ। ଏହି ସମୟରେ ସୋନୁ ଖୁବ୍‌ ମସ୍ତି କରିବା ସହ ରିୟଲ ଲାଇଫ୍‌ ବିଷୟରେ ଅନେକ ରାଜ୍‌ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି।
ସୋନୁଙ୍କର ଅଭିନୟ ପ୍ରତି ଆଗ୍ରହ ପିଲାଟି ଦିନରୁ ରହିଥିଲା। ତେଣୁ ସେ ମୁମ୍ବାଇ ଯିବାକୁ ସବୁବେଳେ ସ୍ବପ୍ନ ଦେଖୁଥିଲେ। ଯେତେବେଳେ ତାଙ୍କର ଇଞ୍ଜିନିୟରିଂ ପାଠପଢ଼ା ଶେଷ ହେଲା ସେ ମୁମ୍ବାଇ ଯିବାକୁ ଚାହୁଁଥିବା ଘରେ ଜଣାଇଥିଲେ। ଏହା ଶୁଣିବା ପରେ ତାଙ୍କ ମା’ ରାଜି ହୋଇଯାଇଥିଲେ। ମୁମ୍ବାଇ ଯାଇ ନିଜର ସ୍ବପ୍ନ ପୂରଣ କରିବାକୁ ମା’ ତାଙ୍କୁ କହିଥିଲେ। ସୋନୁ ପ୍ରଥମ ଥର ପାଇଁ ଯେତେବେଳେ ମୁମ୍ବାଇ ଗଲେ ସେତେବେଳେ ତାଙ୍କ ପାଖରେ ୫ ହଜାର ୫ଶହ ଟଙ୍କା ଥିଲା। ଏହା ପରେ ପ୍ରଥମ ଥର ପାଇଁ ସେ ଯେତେବେଳେ ଫିଲ୍ମ ସିଟିରେ ପ୍ରବେଶ କରିବାକୁ ଚାହିଁଥିଲେ ତାଙ୍କୁ ଗେଟ୍‌ ଭିତରକୁ ଯିବାକୁ ଦିଆଯାଇ ନ ଥିଲା। ତେଣୁ ସେ ୪ଶହ ଟଙ୍କା ଲାଞ୍ଚ ଦେଇ ଭିତରକୁ ଯାଇଥିଲେ। ସେ ଭାବିଥିଲେ ଫିଲ୍ମ ସିଟିକୁ ଯିବାପରେ ତାଙ୍କୁ କେହି ନା କେହି ଫିଲ୍ମ ନିର୍ମାତା କିମ୍ବା ନିର୍ଦ୍ଦେଶକ ଡାକି ନିଜ ଫିଲ୍ମରେ ନେବାକୁ ଚାହୁଁଥିବା ଅଫର ଦେବେ। ମାତ୍ର ସେମିତି କିଛି ଘଟିଲା ନାହିଁ। ୩ ବର୍ଷ ମଧ୍ୟରେ ସେ ୧ ହଜାରରୁ ଅଧିକ ଅଡିଶନ ଦେଲେ, ମାତ୍ର କେଉଁଥିରେ ତାଙ୍କୁ ସିଲେକ୍ଟ କରାଗଲା ନାହିଁ। ଏ ନେଇ ସୋନୁ କୁହନ୍ତି ଦକ୍ଷତା ସମସ୍ତଙ୍କ ମଧ୍ୟରେ ରହିଛି, କେହାର ଲୁଚି ଯାଉଛି ତ ଆଉ କାହାର ସର୍ବସମ୍ମୁଖକୁ ଆସିପାରୁଛି।

Share