Categories: ଖେଳ

ବାପାଙ୍କ ଦେଇଥିବା ଗୋଟିଏ ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ଭାଙ୍ଗିନାହାନ୍ତି ସଚିନ ତେନ୍ଦୁଲକର

ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଭଗବାନ କୁହାଯାଏ। ସେ ଦିନିକିଆରେ ୧୫,୯୨୧ ରନ ଏବଂ ଟେଷ୍ଟରେ ୧୮,୪୨୬ ରନ ସ୍କୋର କରିଛନ୍ତି। ସମସ୍ତ ଫର୍ମାଟରେ ସଚିନଙ୍କ ନାମରେ ୧୦୦ଟି ଅନ୍ତର୍ଜାତୀୟ ଶତକ ଅଛି। ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ପ୍ରଥମ ଡବଲ ଶତକ ହାସଲ କରିବାର ରେକର୍ଡ ରଖିଛନ୍ତି।
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କ କ୍ରିକେଟ କ୍ୟାରିଅରରେ କେବେ ବି ମଦ୍ୟପାନକୁ ପ୍ରୋତ୍ସାହିତ କରିନାହାଁନ୍ତି। ଏକ ସାକ୍ଷାତକାରରେ ସଚିନ ତେନ୍ଦୁଲକର ନିଜେ ଏହା ପ୍ରକାଶ କରିଛନ୍ତି। ସେ ତାଙ୍କ ପିତାଙ୍କୁ ଏକ ବଡ଼ ପ୍ରତିଶୃତି ଦେଇ କହିଥିଲେ ମୁଁ ତମାଖୁ ଦ୍ରବ୍ୟ କିମ୍ବା ମଦ୍ୟପାନର ବିଜ୍ଞାପନ ଦେବି ନାହିଁ। ସଚିନ କହିଥିଲେ, ମୋ ବାପା ମୋତେ ଜଣେ ଆଦର୍ଶ ହେବାକୁକହିଥିଲେ, ଯାହାଦ୍ୱାରା ଅନେକ ଲୋକ ମୋତେ ଅନୁସରଣ କରିବେ। ଏହି କାରଣରୁ ମୁଁ ତମାଖୁ ଦ୍ରବ୍ୟ କିମ୍ବା ମଦ୍ୟପାନକୁ କଦାପି ସମର୍ଥନ କରି ନାହିଁ। ମଦ ବିଜ୍ଞାପନ ପାଇଁ ବହୁତ ଅଫର୍‌ ମିଳିଛି କିନ୍ତୁ ସଚିନ କେବେ ଏହାକୁ ଗ୍ରହଣ କରିନାହାନ୍ତି।

Share