ଚାଇନା, ପାକିସ୍ତାନ, ବାଂଲାଦେଶର ନୂଆ ଆଞ୍ଚଳିକ ଗୋଷ୍ଠୀ ଗଠନ ଯୋଜନା: ଭାରତକୁ ଦୁର୍ବଳ କରିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୬: ଚାଇନା, ପାକିସ୍ତାନ ଓ ବାଂଲାଦେଶ ଦକ୍ଷିଣ ଏସିଆରେ ଏକ ନୂଆ ଆଞ୍ଚଳିକ ଗୋଷ୍ଠୀ ଗଠନ କରି ସାର୍କ (ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ)କୁ ବଦଳାଇବାକୁ ଯୋଜନା କରୁଛନ୍ତି। ପାକିସ୍ତାନର ଦି ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ ଅନୁସାରେ, ଇସଲାମାବାଦ ଓ ବେଜିଂ ମଧ୍ୟରେ ଏହି ନୂଆ ଗୋଷ୍ଠୀ ଗଠନ ନେଇ ଆଲୋଚନା ଉନ୍ନତ ପର୍ଯ୍ୟାୟରେ ପହଞ୍ଚିଛି। ଜୁନ୍ ୧୯ରେ ଚାଇନାର କୁନମିଂରେ ଅନୁଷ୍ଠିତ ଏକ ତ୍ରିପାକ୍ଷିକ ବୈଠକରେ ବାଂଲାଦେଶ ମଧ୍ୟ ଅଂଶଗ୍ରହଣ କରିଥିଲା।

ଏହି ବୈଠକର ମୂଳ ଲକ୍ଷ୍ୟ ଥିଲା ସାର୍କର ଅନ୍ୟ ସଦସ୍ୟ ଦେଶମାନଙ୍କୁ, ଯଥା ଶ୍ରୀଲଙ୍କା, ମାଲଦ୍ୱୀପ ଓ ଆଫଗାନିସ୍ତାନକୁ ନୂଆ ଗୋଷ୍ଠୀରେ ସାମିଲ କରାଇବା। ତେବେ, ବାଂଲାଦେଶର ବୈଦେଶିକ ପରାମର୍ଶଦାତା ଏମ ତୌହିଦ ହୋସେନ ଏହାକୁ ରାଜନୈତିକ ଗୋଷ୍ଠୀ ଗଠନ ନୁହେଁ ବୋଲି କହି ଏହାକୁ ଏକ ସରକାରୀ ସ୍ତରର ବୈଠକ ବୋଲି ସ୍ପଷ୍ଟ କରିଛନ୍ତି।

ସାର୍କ ୧୯୮୫ ମସିହା ଡିସେମ୍ବର ୮ରେ ଢାକାରେ ଗଠିତ ହୋଇଥିଲା, ଯେଉଁଥିରେ ଭାରତ ଏକ ପ୍ରମୁଖ ସଦସ୍ୟ ଥିଲା। କିନ୍ତୁ ୨୦୧୬ ମସିହାରୁ ଏହା ନିଷ୍କ୍ରିୟ ରହିଛି। ୨୦୧୬ରେ ଇସଲାମାବାଦରେ ହେବାକୁ ଥିବା ୧୯ତମ ସାର୍କ ଶିଖର ବୈଠକକୁ ଭାରତ ଉରୀ ଆତଙ୍କବାଦୀ ହମଲା ପରେ ବର୍ଜନ ଜନକ କରିଥିଲା, ଯେଉଁଥିରେ ୧୭ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଆଫଗାନିସ୍ତାନ, ବାଂଲାଦେଶ ଓ ଭୂଟାନ ମଧ୍ୟ ଏହି ବୈଠକରୁ ନିଜକୁ ଦୂରେଇ ରଖିଥିଲେ, ଯାହା ଫଳରେ ବୈଠକ ବାତିଲ ହୋଇଥିଲା।

ରିପୋର୍ଟ ଅନୁସାରେ, ଭାରତକୁ ନୂଆ ଗୋଷ୍ଠୀରେ ସାମିଲ ହେବାକୁ ଆମନ୍ତ୍ରଣ କରାଯିବ, କିନ୍ତୁ ଭାରତର ଭିନ୍ନ ସ୍ୱାର୍ଥ ହେତୁ ଏହାର ସକାରାତ୍ମକ ପ୍ରତିକ୍ରିୟା ମିଳିବା ସମ୍ଭାବନା କମ ବୋଲି କୁହାଯାଉଛି। ଏହି ନୂଆ ଗୋଷ୍ଠୀର ମୂଳ ଲକ୍ଷ୍ୟ ହେଉଛି ବାଣିଜ୍ୟ ଓ ଆଞ୍ଚଳିକ ସଂଯୋଗୀକରଣ ମାଧ୍ୟମରେ ଅଞ୍ଚଳରେ ସହଯୋଗ ବୃଦ୍ଧି କରିବା। ଏହି ଘଟଣା ଦକ୍ଷିଣ ଏସିଆରେ ଭାରତର ପ୍ରଭାବକୁ ଚ୍ୟାଲେଞ୍ଜ କରିବା ସହ ଆଞ୍ଚଳିକ ରାଜନୀତିରେ ନୂଆ ଗତିଶୀଳତା ଆଣିବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri