ଜୋତା କିଣିବା ପାଇଁ..

ପରିଣିତି ଚୋପ୍ରା ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ କାମକୁ କ୍ୟାନ୍‌ସେଲ କରିବାକୁ ବାଧ୍ୟ ହୋଇଥିଲେ। ଏହି କାର୍ଯ୍ୟକ୍ରମର କିଛି ସମୟ ପୂର୍ବରୁ ତାଙ୍କ ନିକଟରେ ଏପରି ଏକ ଖବର ପହଞ୍ଚତ୍ଥିଲା, ଯେଉଁଥିପାଇଁ ସେ ନିଜ କାମକୁ ସ୍ଥଗିତ ରଖିଥିଲେ। ହେଲେ କ’ଣ ପାଇଁ ସେ ଏମିତି କରିଥିଲେ ଜାଣନ୍ତି ? ଜୋତା କିଣିବା ପାଇଁ। ନୂଆ ବ୍ରାଣ୍ଡ୍‌ର ଜୋତା ଦେଖିଲେ ସେ ତାକୁ ପ୍ରଥମେ କିଣିବାକୁ ବାହାରିପଡ଼ନ୍ତି। ଏପରି କି ଜୋତାର ନୂଆ ବ୍ରାଣ୍ଡ୍‌ କେବେ ଲଞ୍ଚ୍‌ କରୁଛି ତାହା ଉପରେ ତୀକ୍ଷ୍ଣ ନଜର ରଖିଥାଆନ୍ତି ସେ। ବଜାରକୁ ଆସିବା ମାତ୍ରେ ସେ ସେଗୁଡ଼ିକୁ କିଣିଥାଆନ୍ତି। ଥରେ ସେ ଜୋତା କିଣିବା ସମୟରେ ଏକ ନୂଆ ବ୍ରାଣ୍ଡ୍‌ ପ୍ରତି ଆକର୍ଷିତ ହୋଇପଡ଼ିଥିଲେ ଯେ, ଏକାଥରେ ସେଥିରୁ ୨୦ ହଳ ଜୋତା କିଣିବାକୁ ପଛାଇ ନ ଥିଲେ।

Share