Categories: ଖେଳ

କୋହଲିଙ୍କ ପରି ହେବାକୁ ହେଲେ ବାବର ଆଜମଙ୍କୁ ଆଉ ୨୦ରୁ ୩୦ ହଜାର ରନ ସ୍କୋର କରିବାକୁ ପଡିବ: ସୋଏବ ଅଖତର

ଇସଲମାବାଦ,୨୩।୭: ପାକିସ୍ତାନ ଅଧିନାୟକ ବାବର ଆଜମ ଜଣେ ଦକ୍ଷ ଦିନିକିଆ, ଟି-୨୦ ଏବଂ ଟେଷ୍ଟ କ୍ରିକେଟର ଭାବେ ଜଣାଶୁଣା। ତାଙ୍କ ବ୍ୟାଟିଂ ଦେଖି ସମସ୍ତେ ତାଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରୁଛନ୍ତି। ତେବେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଏଥିରେ ସହମତ ନୁହଁନ୍ତି। ସୋଏବ ବିଶ୍ୱାସ କରନ୍ତି ଯେ, ଆଜମଙ୍କର ଜଣେ ମହାନ ଖେଳାଳି ହେବାର ସମସ୍ତ ସାମର୍ଥ୍ୟ ଅଛି,କିନ୍ତୁ ତାଙ୍କୁ କୋହଲିଙ୍କ ପରି କ୍ରମାଗତ ସ୍କୋର କରିବାକୁ ପଡିବ। ଏହା ସହିତ ସୋଏବ ମଧ୍ୟ କହିଛନ୍ତି ଯେ ବାବରଙ୍କୁ ବିରାଟଙ୍କ ସହିତ ତୁଳନା କରାଯିବା ଏବେ ଆଦୌ ଉଚିତ୍‌ ନୁହେଁ। ଏଥିପାଇଁ ତାଙ୍କୁ ଅତି କମରେ ୨୦ରୁ ୩୦ ହଜାର ରନ ସ୍କୋର କରିବାକୁ ପଡିବ। ସେ ଆହୁରି ମଧ୍ୟ କହିଛନ୍ତି, ବାବର ଏମିତି ଏକ ସମୟରେ କ୍ରିକେଟ ଖେଳୁଛନ୍ତି, ଯେତେବେଳେ ଦ୍ରୁତ ବୋଲରଙ୍କର ତୀବ୍ର ଅଭାବ ରହିଛି। ଗତ କିଛି ବର୍ଷ ମଧ୍ୟରେ ବାବର ଆଜାମ ତାଙ୍କ ବ୍ୟାଟିଂରେ କଠିନ ପରିଶ୍ରମ କରିଛନ୍ତି ଏବଂ ଜଣେ ମହାନ ଖେଳାଳି ହେବାର ତାଙ୍କର ଗୁଣ ରହିଛି। ବାବର ଆଜମ ଏବେ ମଧ୍ୟ ଶିଖୁଛନ୍ତି ବୋଲି ସେ କହିଛନ୍ତି।
ବାବର ଆଜମ ଦିନିକିଆ ଶତକ ହାସଲ କରିବାରେ ଦ୍ରୁତତମ ଖେଳାଳି ହୋଇପାରିଛନ୍ତି। ଆଜମ ୧୪ଟି ଦିନିକିଆ ଶତକ ପାଇଁ ୮୧ ଇନିଂସ ଖେଳିଥିବାବେଳେ ବିରାଟ କୋହଲି ଏଥିପାଇଁ ୧୦୩ ଇନିଂସ ଖେଳିଥିଲେି। ଆଜମ ଟେଷ୍ଟରେ ୪୨.୫ ଏବଂ ଦିନିକିଆ ରେ ୫୬.୯ ହାରରେ ରନ କରିଥିବାବେଳେ ଟି -୨୦ରେ ମଧ୍ୟ ସେ ୪୬.୮ ହାରରେ ରନ ସ୍କୋର କରିଛନ୍ତି। ଅନ୍ୟପକ୍ଷରେ, ବିରାଟ କୋହଲି ହେଉଛନ୍ତି ବିଶ୍ୱର ଏକମାତ୍ର କ୍ରିକେଟର ଯିଏକି ସମସ୍ତ ତିନୋଟି ଫର୍ମାଟରେ ହାରାହାରି ପଚାଶରୁ ଅଧିକ।

Share