ମୋଟା ହେବା ଲାଗି

ସ୍ଲିମ୍‌ ଫିଗର ସର୍ବଦା ଆକର୍ଷଣୀୟ ଲାଗିଥାଏ। ହେଲେ ଆବଶ୍ୟକରୁ ଅଧିକ ପତଳା ହେବା ବି ବ୍ୟକ୍ତିତ୍ୱରେ ଆଞ୍ଚ ଆଣିଥାଏ। ତେଣୁ ଏଭଳି ଫିଗର ଥିବା ମହିଳା ଅଳ୍ପ ମୋଟା ହୋଇ ନିଜ ଫିଗର ସୁନ୍ଦର କରିବା ଆଳରେ ବିଭିନ୍ନ ଔଷଧ ଖାଇବା ସହ କେହି କେହି ଏହାର ପାର୍ଶ୍ୱପ୍ରତିକ୍ରିୟାର ଶିକାର ମଧ୍ୟ ହେଉଥିବା
ଦେଖିବାକୁ ମିଳୁଛି। ତେଣୁ ପ୍ରାକୃତିକ ଉପାୟରେ ଓଜନ ବୃଦ୍ଧି ଲାଗି ଜାଣି ରଖନ୍ତୁ ଟିପ୍ସ..

ସର୍ବପ୍ରଥମେ ସବୁପ୍ରକାର ପୌଷ୍ଟିକ ଖାଦ୍ୟ ଖାଆନ୍ତୁ। ଖାଦ୍ୟରେ କ୍ୟାଲୋରୀ ମାତ୍ରା ବଢ଼ାନ୍ତୁ। ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଯେତେ ଅଧିକ ଗ୍ରହଣ କରିବେ ସେତେ ଶୀଘ୍ର ଲାଭ ପାଇବେ।
ଶସ୍ୟଜାତୀୟ ଖାଦ୍ୟ, ଫଳ, ପନିପରିବା ଆଦିରେ ପର୍ଯ୍ୟାପ୍ତ ପରିମାଣରେ କାର୍ବୋହାଇଡ୍ରେଟ୍‌ ରହିଛି। ତେଣୁ ଏହାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ଓଜନ ବଢ଼ିବାରେ ସାହାଯ୍ୟ କରିବ।
ଫଳ ମଧ୍ୟରେ ଓଜନ ବଢ଼ାଇବା ଲାଗି କଦଳୀ ସବୁଠୁ ଭଲ। ପ୍ରତିଦିନ ଦୁଇଟି ପାଚିଲା କଦଳୀ ଖାଆନ୍ତୁ। ନ ହେଲେ ସକାଳୁ ଏହାର ସେକ୍‌ ପିଇପାରିବେ। କ୍ଷୀର କଦଳୀ ଚକଟି ଖାଇବା ବି ଲାଭଦାୟକ।
ପନୀରର ବିଭିନ୍ନ ଆଇଟମ୍‌ ଖାଆନ୍ତୁ। ସେହିପରି ଆମିଷ ଖାଇବା ବି ଓଜନ ବଢାଇବାରେ ସାହାଯ୍ୟ କରିଥାଏ।
ସକାଳ ଜଳଖିଆରେ ବ୍ରେଡ୍‌ ସହ ୨ଟି ସିଝା ଅଣ୍ଡା କିମ୍ବା ଅମ୍‌ଲେଟ୍‌ ଖାଆନ୍ତୁ। ଏହା ଖୁବ୍‌ ଶୀଘ୍ର ଆପଣଙ୍କ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ।
ଖାଦ୍ୟ ତାଲିକାରେ ବଟରକୁ ସାମିଲ କରନ୍ତୁ। ବିଶେଷ କରି ପିନଟ୍‌ ବଟରରେ ଥିବା ମୋନୋସାଚୁରେଟେଡ୍‌ ଫ୍ୟାଟ୍‌ ଆପଣଙ୍କ ଓଜନ ଶୀଘ୍ର ବଢାଇବ।
ମନେରଖନ୍ତୁ ମୋଟା ହେବା ଆଳରେ ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍‌, ଫୁଡ୍‌ ସପ୍ଲିମେଣ୍ଟ, ପ୍ରୋଟିନ୍‌ ପାଉଡର ଆଦି ଗ୍ରହଣ କରିବା ଠିକ୍‌ ନୁହେଁ। କାରଣ ଏହା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ସୁଷମ ଆହାର ଗ୍ରହଣ କରନ୍ତୁ। ଓଜନ ବଢୁଛି କି ନାହିଁ ଜାଣିବା ଲାଗି ମାସକୁ ଥରେ ମାପିବାକୁ ଭୁଲନ୍ତୁ ନାହିଁ। ନଚେତ୍‌ ଆବଶ୍ୟକରୁ ଅଧିକ ମୋଟା ହେବା ଦ୍ୱାରା ବି ଅସୁବିଧା ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri