ଥାଇରଏଡ୍‌ ସମସ୍ୟାରୁ ଦୂରେଇ ରହିବା ପାଇଁ ନିତି ଏଥିରୁ ଫାଳେ…

ବ୍ୟସ୍ତବହୁଳ ଜୀବନ ଶୈଳୀରେ କେତେକଙ୍କଠାରେ ଥାଇରଏଡ୍‌ ସମସ୍ୟା ଦେଖାଦେଇଥାଏ। ଗଳାରେ ଥିବା ଏଣ୍ଡୋକ୍ରାଇନ୍‌ ଗ୍ଲାଣ୍ଡରୁ ଥାଇରଏଡ୍‌ ହରମୋନ୍‌ କ୍ଷରଣ ହୋଇଥାଏ । ଏହା ଶରୀରର ମେଟାବୋଲିଜିମ୍‌ ପ୍ରକ୍ରିୟାକୁ ନିୟନ୍ତ୍ରିତ କରେ। ହାଇପୋଥାଇରଏଡ୍‌ ସମସ୍ୟା ଯୋଗୁ ଶରୀରର ଓଜନ ଦ୍ରୁତଗତିରେ ବଢିଯାଏ। ସେହିପରି ହାଇପର୍‌ଥାଇରଏଡ୍‌ରେ ଶରୀର ଓଜନ କମି ଯାଇଥାଏ । ଏହାସହିତ କେଶ ମଧ୍ୟ ଝଡିବାରେ ଲାଗିଥାଏ । ଏହା ଯୋଗୁ ପରବର୍ତ୍ତୀ ସମୟରେ ଡାଇବେଟିସ୍‌, ହାର୍ଟଆଟାକ୍‌, କିଡ୍‌ନୀ ସମସ୍ୟା ଆଦି ସୃଷ୍ଟି ହେବାର ଆଶଙ୍କା ରହିଥାଏ। ତେବେ ଏହାର ସମାଧାନ ସହଜ ଘରୋଇ ଚିକିତ୍ସା ଦ୍ୱାରା ହୋଇପାରିଥାଏ। ପ୍ରତିଦିନ ଫାଳେ ଲାଲ୍‌ ପିଆଜ ଖାଇଲେ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ଥାଇରଏଡ୍‌ ସମସ୍ୟା ଦୂର କରେ। ପିଆଜକୁ ପାଦରେ ମୋଜା ତଳେ ରଖିବା ଦ୍ୱାରା ମଧ୍ୟ ସୁଫଳ ମିଳିଥାଏ। ଏହାଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଏ। ପ୍ରତିଦିନ ସକାଳେ ଚାମୁଚେ ପିଆଜ ରସ ମହୁ ସହିତ ଖାଇଲେ ଥାଇରଏଡ୍‌ ହରମୋନ୍‌ କ୍ଷରଣ ସ୍ବାଭାବିକ ହୋଇଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି।