ବ୍ରେନ୍‌ ଷ୍ଟ୍ରୋକ୍‌ରୁ ରକ୍ଷା ପାଇବାକୁ ହେଲେ…

ଆମ ଶରୀରରେ ସୁଗାର ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର। ଏହାଦ୍ୱାରା ଆମେ ନିଜକୁ କେତେକ ସ୍ବାସ୍ଥ୍ୟ ସମସ୍ୟାଠାରୁ କେତେକାଂଶରେ ଦୂରେଇ ରଖିପାରିବା। ଯଦି ରକ୍ତରେ ସୁଗାର ବା ଶର୍କରା ପରିମାଣ ସନ୍ତୁଳିତ ରହିଲା ତେବେ ଏହାଦ୍ୱାରା ବ୍ରେନ୍‌ ଷ୍ଟ୍ରୋକ୍‌ ଆଶଙ୍କା କେତେକାଂଶରେ କମ୍‌ ଥାଏ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ‘ବ୍ରେନ୍‌ ଷ୍ଟ୍ରୋକ୍‌ ଏବଂ ସୁଗାର ପରିମାଣ’କୁ ନେଇ ସିଓଲ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନଙ୍କର ସୁଗାର ସନ୍ତୁଳିତ ରହୁଥିଲା ସେମାନଙ୍କଠାରେ ଷ୍ଟ୍ରୋକ୍‌ ଲକ୍ଷଣ କମ୍‌ ଦେଖିବାକୁ ମିଳିଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଜଣେ ଡାଇବେଟିସ୍‌ ରୋଗୀ ନିୟମିତ ସମୟ ବ୍ୟବଧାନରେ ରକ୍ତରେ କେତେ ସୁଗାର ରହୁଛି ତାହା ମାପିନେବା ନିହାତି ଦରକାର। ଏଥିପାଇଁ ନିଜର ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ତା’ସହ ଏହାକୁ ସନ୍ତୁଳିତ ରଖିବା ଲାଗି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଆନ୍ତୁ। ମନକୁ ମନ ଏହି ଔଷଧ ବନ୍ଦ କରନ୍ତୁ ନାହିଁ। ପ୍ରତିଦିନ ସକାଳୁ ଅତିକମ୍‌ରେ ଅଧ ଘଣ୍ଟାଏ ଚାଲନ୍ତୁ ଏବଂ ତା’ସହ ନିଜର ସାମର୍ଥ୍ୟ ଅନୁସାରେ ବ୍ୟାୟାମ କରନ୍ତୁ।

Dharitri – Odisha’s No.1 Odia Daily

Share