Posted inଜାତୀୟ

ବଡ଼ ବାକ୍ସ ଧରି ରାଜ୍ୟପାଳଙ୍କ ଅଫିସ୍‌ରେ ପହଞ୍ଚିଲେ ତାମିଲନାଡୁ ଭାଜପା ଅଧ୍ୟକ୍ଷ

ଚେନ୍ନାଇ,୨୬।୭: ତାମିଲନାଡୁ ଭାଜପା ଅଧ୍ୟକ୍ଷ କେ ଆନ୍ନାମଲାଇ ଏକ ବଡ଼ ବାକ୍ସ ନେଇ ରାଜ୍ୟପାଳଙ୍କ ଅଫିସ୍‌ରେ ପହଞ୍ଚିଛନ୍ତି। ଏହି ବାକ୍ସରେ ‘ଡିଏମକେ ଫାଇଲ୍ସ ପାର୍ଟ-୨’ ରହିଛି। ‘ଡିଏମକେ ଫାଇଲ୍ସ ପାର୍ଟ-୨’ରେ ଡିଏମକେ ପଦାଧିକାରୀଙ୍କ ବେନାମି ଦସ୍ତାବେଜ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବ। ବୁଧବାର ଆନ୍ନାମଲାଇ ଟୁଇଟ କରି କହିଛନ୍ତି ଯେ, ଏହି ସଂପର୍କରେ ଆଜି ରାଜ୍ୟପାଳ ଆର.ଏନ ରବିଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା।
କେ ଆନ୍ନାମଲାଇ କହିଛନ୍ତି,ଦଳର ବରିଷ୍ଠ ନେତାଙ୍କ ସହ ତାମିଲନାଡୁର ରାଜ୍ୟପାଳ ଆର.ଏନ ରବିଙ୍କୁ ଭେଟିବାର ସୁଯୋଗ ପାଇଛୁ। ‘ଡିଏମକେ ଫାଇଲ୍ସ ପାର୍ଟ-୨’ ସମ୍ବନ୍ଧରେ ରାଜ୍ୟପାଳଙ୍କର ହସ୍ତକ୍ଷେପ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଏକ ସ୍ମାରକପତ୍ର ଦାଖଲ କରିଛୁ।
ଆନ୍ନାମଲାଇ ଆହୁରି ମଧ୍ୟ କହିଛନ୍ତି, ‘ଡିଏମକେ ଫାଇଲ୍ସ ପାର୍ଟ-୨’ରେ ଡିଏମକେ ମନ୍ତ୍ରୀ, ବିଧାୟକ, ଏମ୍‌ପି ଏବଂ ପ୍ରଥମ ପରିବାର ସହ ଜଡିତ ବେନାମି ଦସ୍ତାବେଜର ସମ୍ପୂର୍ଣ୍ଣ ବିବରଣୀ ଏବଂ ୫୬୦୦ କୋଟି ଟଙ୍କାର ୩ଟି ସ୍କାମ ରହିଛି।
ଏହାପୂର୍ବରୁ ଆନ୍ନମଲାଇ ଗତ ଏପ୍ରିଲରେ ‘ଡିଏମକେ ଫାଇଲ୍ସ ପାର୍ଟ-୧’ରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ସମେତ ଡିଏମକେ ନେତାଙ୍କ ଦୁର୍ନୀତି ବିଷୟରେ ପ୍ରକାଶ କରିଥିଲେ। ଭବିଷ୍ୟତରେ ମଧ୍ୟ ଏହିପରି ଅଧିକ ଫାଇଲ ପ୍ରକାଶ ପାଇବ ବୋଲି ସେ କହିଥିଲେ।
ଅନ୍ୟପକ୍ଷରେ, ଏପ୍ରିଲ ୨୯୨୩ରେ ଆନ୍ନାମଲାଇଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲା। ଏହି ସମସ୍ତ ଅଭିଯୋଗ ମିଥ୍ୟା ବୋଲି ସେ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ଡିଏମକେ ପକ୍ଷରୁ କୋର୍ଟରେ ଭାଜପା ବିରୋଧରେ ଏକ ପିଟିସନ ମଧ୍ୟ ଦାଖଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖରସ୍ରୋତା ନଦୀକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ଯାଜପୁର,୨୪।୯: ଯାଜପୁର ଜିଲା ବିଞ୍ଝାରପୁର ଖରସ୍ରୋତା ନଦୀ ବ୍ରିଜ ଉପରୁ ଗୁରୁବାର ଜଣେ ମହିଳା ଡେଇଁ ପଡିଥିଲେ। ମହିଳା ଜଣକ ବ୍ରିଜ୍‌ ଉପରେ ଚପଲ ଓ ଛତା…

ପ୍ରସୂତିଙ୍କୂ ମିଳିଲାନି ଆମ୍ବୁଲାନ୍ସ ସେବା: ଅଧାବାଟରେ ଚାଲିଗଲା ଜୀବନ

କେନ୍ଦ୍ରାପଡ଼ା,୨୪।୯(ଜଗନ୍ନାଥ ଧଳ): ଆମ୍ବୁଲାନ୍ସ ସେବା ନ ପାଇ କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁର ସିଏଚ୍‌ସି ଅଧୀନ ନିକିରାଇ ଥାନା ଅନ୍ତର୍ଗତ ପୂର୍ବ ନିକିରାଇ ଗ୍ରାମରେ ଗୁରୁବାର ଜଣେ ପ୍ରସୂତୀଙ୍କ…

ଗାଜଲବାଡି ଘାଟିରେ ଭୂସ୍ଖଳନ, ପୂର୍ବରୁ ସିଲ୍ କରିଥିଲା ପ୍ରଶାସନ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଭୂସ୍ଖଳନ ହୋଇଛି । ଏକାଧିକ…

ଅଜଣା ଜୀବ କାମୁଡ଼ାରେ ଅନୁଭବ ମଲ୍ଲିକଙ୍କ ମୃତ୍ୟୁ, ମାଣ୍ଡିପାଙ୍କାରେ ଶୋକାକୁଳ ପରିବେଶ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଅଜଣା ବିଷାକ୍ତ ଜୀବ…

ଭାଇ ଅର୍ଜୁନ ତେନ୍ଦୁଲକରଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାରା, ସଭିଏଁ କହୁଛନ୍ତି…

ମୁମ୍ବାଇ,୨୪।୯: ଅର୍ଜୁନ ତେନ୍ଦୁଲକର ଗୁରୁବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି; ତାଙ୍କର ଜନ୍ମ ୨୪ ସେପ୍ଟେମ୍ବର ୧୯୯୯ରେ ହୋଇଥିଲା। ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ…

ବିଧାନସଭା ନିର୍ବାଚନ ପୂର୍ବରୁ BJPର ବଡ଼ ଘୋଷଣା: ବିଭିନ୍ନ ରାଜ୍ୟରେ ୨୪ ନୂଆ ପଦାଧିକାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୪।୯: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ BJP ନିଜର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆରମ୍ଭ କରିଛି। ଏହି ପ୍ରକ୍ରିୟାର ଅଂଶବିଶେଷ…

ଗୁଡ଼ାରିରୁ OSRTC ବସ୍ ସେବା ଦାବି: ବିଧାନସଭାରେ ଉଠିଲା ପ୍ରଶ୍ନ, ମନ୍ତ୍ରୀ କହିଲେ….

ଗୁଡାରି,୨୪।୯(ପ୍ରମୋଦ କୁମାର ପତି ): ଗୁଡାରିରୁ ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ ସେବା ପ୍ରଦାନ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ।…

୫୯ ନଂ ଜାତୀୟ ରାଜପଥ ଗାଜଲବାଡି ଘାଟି ସିଲ୍, ଗୋପାଳପୁର-ରାଇପୁର ଯାତାୟାତ ବନ୍ଦ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟି ରାସ୍ତାକୁ ସିଲ୍ କଲା କନ୍ଧମାଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?