Categories: ଜାତୀୟ

ଗୋଟିଏ ମାସରେ ତୃତୀୟଥର ପାଇଁ ଗିରଫ ହେଲେ ଟିଏମ୍‌ସି ନେତା

ନୂଆଦିଲ୍ଲୀ,୩୦।୧୨: କ୍ରାଉଡଫଣ୍ଡିଂ ଜରିଆରେ ସଂଗ୍ରହ କରିଥିବା ଅର୍ଥକୁ ଅପବ୍ୟବହାର କରିଥିବା ଅଭିଯୋଗରେ ଟିଏମସିର ମୁଖପାତ୍ର ସାକେତ ଗୋଖଲେ ଗିରଫ ହୋଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଗୁଜରାଟ ପୋଲିସ ତାଙ୍କୁ ଗିରଫ କରିଛି।
ଗୁଜରାଟ ପୋଲିସ ଚଳିତ ମାସରେ ତୃତୀୟ ଥର ପାଇଁ ଗୋଖଲେଙ୍କୁ ଗିରଫ କରିଛି। ଗୋଖଲେଙ୍କୁ ପ୍ରଥମେ ଜୟପୁରରେ ଗୁଜରାଟ ପୋଲିସ ଦ୍ୱାରା ଗିରଫ କରାଯାଇଥିଲା ପରେ ୮ ଡିସେମ୍ବର ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଥିଲା। ରାଜନୈତିକ ଫାଇଦା ପାଇଁ ମୋଦିଙ୍କ ମୋରବି ଗସ୍ତକୁ ନେଇ ଗୋଖଲେ ମିଥ୍ୟା ଖବର ଟୁଇଟ୍‌ କରିଥିଲେ। ଏହି କାରଣରୁ ତାଙ୍କୁ ଗୁଜରାଟ ପୋଲିସ ଗିରଫ କରିଥିଲା। ଡିସେମ୍ବର ୮ରେ ଗୋଖଲେଙ୍କୁ ଅହମ୍ମଦାବାଦ କୋର୍ଟ ଜାମିନ ପ୍ରଦାନ କରିଥିଲେ, କିନ୍ତୁ ଖୁବ ଶୀଘ୍ର ତାଙ୍କୁ ମୋରବି ଜିଲାରେ ଦାଖଲ ହୋଇଥିବା ଅନ୍ୟ ଏକ ମାମଲାରେ ଗିରଫ କରାଯାଇଥିଲା। ଡିସେମ୍ବର ୯ରେ ଗୋଖଲେ ଦ୍ୱିତୀୟ ମାମଲାରେ ମଧ୍ୟ ଜାମିନ ପାଇଥିଲେ। ଏବେ ପୁଣି ଥରେ ତାଙ୍କୁ ଗିରଫ କରାଯାଇଛି।

Share