Categories: ଜାତୀୟ

ମେଘାଳୟରେ ସରକାର ଗଠନ କରିବ ଟିଏମ୍‌ସି: ସୁଷ୍ମିତା ଦେବ…

କୋଲକାତା,୪।୧ : ତୃଣମୂଳ କଂଗ୍ରେସ(ଟିଏମ୍‌ସି)ନେତ୍ରୀ ତଥା ରାଜ୍ୟସଭା ସଦସ୍ୟା ସୁଷ୍ମିତା ଦେବ କହିଛନ୍ତି ଯେ ମେଘାଳୟର ଲୋକମାନେ ବର୍ତ୍ତମାନର କୋନରାଡ ସାଙ୍ଗମା ସରକାରରେ ଆତଙ୍କିତ ଅଛନ୍ତି। ମେଘାଳୟର ଜନସାଧାରଣଙ୍କ ଆଗରେ ଟିଏମ୍‌ସି ହେଉଛି ଏକମାତ୍ର ବିକଳ୍ପ ଏବଂ ମୁକୁଲ ସାଙ୍ଗମାଙ୍କ ନେତୃତ୍ୱରେ ସେଠାରେ ଭଲ ପ୍ରଚାର ଅଭିଯାନ କାର୍ଯ୍ୟ ଚାଲିଛି। ଏଠାରେ କଂଗ୍ରେସର ନାମ ନାହିଁ ଏବଂ ଉତ୍ତର-ପୂର୍ବରେ ଭାଜପାର ନୀତି କଦାପି ଗ୍ରହଣୀୟ ହେବ ନାହିଁ। ରାଜ୍ୟବାସୀ ବିକାଶ ଚାହୁଁଛନ୍ତି ଏବଂ ଏହି ସରକାର ବିକାଶଠାରୁ ବହୁ ଦୂରରେ। ଟିଏମ୍‌ସି ପ୍ରତ୍ୟେକ ବର୍ଗରୁ ସମର୍ଥନ ହାସଲ କରୁଛି।

ଏକ ବିଶେଷ ବାର୍ତ୍ତାଳାପରେ ସୁଷ୍ମିତା କହିଛନ୍ତି, ବିଧାନସଭା ନିର୍ବାଚନ ପରେ ଆପଣ ଦେଖିବେ ଯେ ମେଘାଳୟରେ  ଟିଏମ୍‌ସି ସରକାର ଗଠନ ହେବ।  ବର୍ତ୍ତମାନ ଶାସକ ମେଘାଳୟ ଡେମୋକ୍ରାଟିକ ଆଲାଇନ୍ସ ଦ୍ୱାରା ପରିଚାଳିତ ଏହି ରାଜ୍ୟରେ ଭାଜପା ମିଳିତ ସରକାରର ସହଯୋଗୀ ଅଟେ।

ଏକ ପ୍ରଶ୍ନର ଉତ୍ତରରେ ଦେବ କହିଛନ୍ତି, ପ୍ରଥମ କଥା ହେଉଛି ମେଘାଳୟର ଲୋକମାନେ ସେଠାରେ ପରିବର୍ତ୍ତନ ଚାହୁଁଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ଅନ୍ୟ କୌଣସି ପାର୍ଟି ନ ଥିଲା, ଯାହାକୁ ଲୋକମାନେ ବାଛିବେ ଏବଂ ସୁଯୋଗ ଦେବେ। ଯେହେତୁ ମୁକୁଲ ସାଙ୍ଗମାଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ସେଠାରେ କାମ କରିବା ଆରମ୍ଭ କରିସାରିଛି, ଲୋକମାନେ ବିଶ୍ୱାସ କରିବା ଆରମ୍ଭ କରି ଦେଇଛନ୍ତି। ଜନସାଧାରଣ ବର୍ତ୍ତମାନର ସରକାରକୁ ନେଇ ସନ୍ତୁଷ୍ଟ ନୁହନ୍ତି। ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ଆମେ ସେମାନଙ୍କ ଭାବନାକୁ ସର୍ମଥନ କରୁଛୁ।

Share