Posted inଜାତୀୟ

‘ବିଦାୟ ନେବ ଟିଏମ୍‌ସି ଶାସନ’

ନବଦ୍ୱୀପ,୭ା୨(ପି.ଟି.): ପଶ୍ଚିମବଙ୍ଗ ଜନସାଧାରଣ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଶାସନର ଅନ୍ତ ଘଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ବିଧାନସଭା ନିର୍ବାଚନରେ ସେମାନେ ମମତା ବାନାର୍ଜୀଙ୍କ ସରକାରକୁ ବିଦାୟ ଦେବେ ବୋଲି ଶନିବାର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦୃଢ଼ୋକ୍ତି ବାଢ଼ିଛନ୍ତି।
ନଦୀୟା ଜିଲା ନବଦ୍ୱୀପରେ ‘ପରିବର୍ତ୍ତନ ରଥଯାତ୍ରା’ର ଶୁଭାରମ୍ଭ କରି ନଡ୍ଡା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଟିଏମ୍‌ସି ସରକାର ପ୍ରଶାସନର ରାଜନୀତୀକରଣ ଓ ପୋଲିସର ଅପରାଧୀକରଣ କରୁଥିବା ସେ ଅଭିଯୋଗ ଆଣିଛନ୍ତି। କହିଛନ୍ତି, ମା’, ମାଟି, ମଣିଷର ସ୍ଲୋଗାନ ଦେଉଥିବା ଟିଏମ୍‌ସି ଏକଚ୍ଛତ୍ରବାଦ, ଲୁଣ୍ଠନ ଓ ତୁଷ୍ଟୀକରଣକାରୀ ଦଳରେ ପରିଣତ ହୋଇଯାଇଛି। ଏହି ଦଳ ଲୋକଙ୍କ ଆସ୍ଥାଭଙ୍ଗ କରି ସେମାନଙ୍କ ସହ ବିଶ୍ୱାସଘାତ କରିଛି। ମମତାଙ୍କ ଶାସନରେ କେବଳ ଟିଏମ୍‌ସି ନେତାମାନେ ଲାଭବାନ ହୋଇଛନ୍ତି। ଏପରି କି ଅମ୍ଫନ ଝଡ଼ ପରେ ରିଲିଫ ପାଣ୍ଠିରୁ ମଧ୍ୟ ସେମାନେ ଅର୍ଥ ଉଠାଇନେଇଛନ୍ତି। ଏହି ଅବସରରେ ନଡ୍ଡା ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇ ଏହାକୁ ଦେଶର ସଂସ୍କୃତି ସହ ଯୋଡ଼ିଥିଲେ। ମମତା ଏହି ସ୍ଲୋଗାନକୁ ଏତେ ଘୃଣା କାହିଁକି କରୁଛନ୍ତି ବୋଲି ନଡ୍ଡା ପ୍ରଶ୍ନ କରିଥିଲେ।
ଭିତର-ବାହାର ପ୍ରସଙ୍ଗକୁ ନେଇ ମମତା ଆରମ୍ଭ କରିଥିବା ବିତର୍କ ସମ୍ପର୍କରେ ନଡ୍ଡା କହିଥିଲେ, ଭାଜପାର ରାଜ୍ୟ ନେତୃତ୍ୱ ପଶ୍ଚିମବଙ୍ଗ ସଂସ୍କୃତିର ସୁରକ୍ଷା କରିବା ସହ ରାଜ୍ୟକୁ ବିକାଶ ପଥରେ ଆଗେଇନେବେ। ଏହି ଅବସରରେ ଭାଜପା ଅଧ୍ୟକ୍ଷ ପଞ୍ଚଦଶ ଶତାବ୍ଦୀର ବୈଷ୍ଣବ ସନ୍ଥ ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମସ୍ଥାନ ନବଦ୍ୱୀପରୁ ପଶ୍ଚିମବଙ୍ଗରେ ପରିବର୍ତ୍ତନ ଆଣିବା ପାଇଁ ରଥଯାତ୍ରାର ଶୁଭାରମ୍ଭ କରିଥିଲେ। ଆଗକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଅନ୍ୟ ୪ ରଥଯାତ୍ରା ମଧ୍ୟରୁ ୨ଟିର ଶୁଭାରମ୍ଭ କରିବେ ବୋଲି ନଡ୍ଡା ସୂଚନା ଦେଇଥିଲେ। ମାଲଦାରେ ନଡ୍ଡା ଏକ ସୁସଜ୍ଜିତ ଯାନରେ ୧ କି.ମି. ବ୍ୟାପୀ ରୋଡ୍‌ ଶୋ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri