Categories: ଜାତୀୟ

ପଶ୍ଚିମବଙ୍ଗ ରାଜନୀତି ସରଗରମ: ମୋଦିଙ୍କୁ ଚିଠି ଲେଖିଲେ ଟିଏମ୍‌ସି ଏମ୍‌ପି

କୋଲକାତା,୨ ।୭: ପଶ୍ଚିମବଙ୍ଗ ବିଧାନସଭାର ବିରୋଧିଦଳ ନେତା ଶୁଭେନ୍ଦୁ ଅଧିକାରୀ ସଲିସିଟର ଜେନରାଲ ତୁଷାର ମେହେଟ୍ଟାଙ୍କୁ ସାକ୍ଷାତ୍ କରିବା ପରେ ଏବେ ସେଠାରେ ରାଜନୀତି ହୋଇଛି ସରଗରମ । ଏହାକୁ ନେଇ ତ୍ରୁଣମୂଳ କଂଗ୍ରେସ (ଟିଏମ୍‌ସି)ଏମ୍‌ପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସଲିସିଟର ଜେନରାଲଙ୍କୁ ପଦରୁ ହଟାଇବାକୁ ଉଲ୍ଲେଖ କରାଯାଇଛି । ନାରଦା ଘୋଟାଲାରେ ସମ୍ପୃକ୍ତ ଥିବା ଶୁଭେନ୍ଦୁ ଅଧିକାରୀ ତୁଷାର ମେହେଟ୍ଟାଙ୍କୁ ସାକ୍ଷାତ୍ କରି ଥିବାରୁ ଟିଏମ୍‌ସି ପକ୍ଷରୁ ଏହି ଦାବି କରାଯାଇଛି । ଲିଖିତ ଚିଠିରେ ଦର୍ଶାଯାଇଛି ଯେ ଅଧିକାରୀ ସଲିସିଟର ଜେନରାଲ ମେହେଟ୍ଟାକୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଥିବାର ଭିଡିଓ ଓ ମିଡିଆ ରିପୋର୍ଟ ରହିଛି । କାରଣ ଗୁରୁବାର ଶୁଭେନ୍ଦୁ ଅଧିକାରୀ ଦିଲ୍ଲୀରେ ଥିଲେ ଓ ସେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ୍ କରିଥିଲେ । ଉକ୍ତ ଚିଠିରେ ଦର୍ଶାଯାଇଛି କି ଅଧିକାରୀ ଠକେଇ, ବେଆଇନ ଲାଞ୍ଚ ଆଦି ବିଭିନ୍ନ ଆପରାଧିକ ମାମଲାରେ ଜଡିତ । ଏହାସହ ନାରଦା ଷ୍ଟିଙ୍ଗ ଅପରେଶନରେ ଲାଞ୍ଚ ନେଇଥିବା କ୍ୟାମେରାରେ ଧରା ପଡିଥିଲା । ସଲିସିଟର ଜେନରାଲ ହେଉଛନ୍ତି ଦ୍ୱିତୀୟ ବରିଷ୍ଠ ଆଇନ ଅଧିକାରୀ । ତେଣୁ ଶୁଭେନ୍ଦୁ ତାଙ୍କୁ କିଭଳି ସାକ୍ଷାତ୍ କଲେ ।

Share