ନକଲି ଭାକ୍ସିନ୍‌ ନେଇ ଟିଏମ୍‌ସି ଏମ୍‌ପି ଅସୁସ୍ଥ…

କୋଲକାତା,୨୬।୬: ନକଲି ଭାକ୍ସିନ୍‌ ନେଇ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଅସୁସ୍ଥ ହୋଇପଡ଼ିଛନ୍ତି। ଶନିବାର ସକାଳେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କ ଘରକୁ ଡାକ୍ତରଙ୍କୁ ଡକାଯାଇଥିଲା। ୪ ଦିନ ତଳେ ସେ ଏକ ନକଲି ଟିକାକରଣ କେନ୍ଦ୍ରରେ ଭାକ୍ସିନ୍‌ର ଡୋଜ୍‌ ନେଇଥିଲେ। ମିମିଙ୍କ ପେଟରେ ଯନ୍ତ୍ରଣା ହେବା ସହିତ ତାଙ୍କ ଶରୀରରୁ ଅତ୍ୟଧିକ ଝାଳ ବୋହିବାରୁ ଡାକ୍ତରଙ୍କୁ ଖବର ଦିଆଯାଇଥିଲା। ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତିି କରିବକାୁ ପରାମର୍ଶ ଦେଇଥିଲେ। ତେବେ ଏହାକୁ ମିମି ମନା କରିଦେଇଥିଲେ। ସେ ଘରେ ରହି ଚିକିତ୍ସିତ ହେବାକୁ କହିଛନ୍ତି। ନକଲି ଭାକ୍ସିନ୍‌ ପ୍ରଦାନ କରାଯାଇଥିବା ଘଟଣାର ଯାଞ୍ଚ୍‌ ପାଇଁ ଏସ୍‌ଆଇଟି ଗଠନ କରାଯାଇଛି। ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ମିମି ଯାଦବପୁର ଲୋକସଭା ଆସନରୁ ବିଜୟୀ ହୋଇଥିଲେ।

Share