Categories: ଜାତୀୟ

ମମତାଙ୍କ ହାତ ଛାଡିଲେ ସୋନାଲି!

କୋଲକାତା,୬ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜ୍ୟରେ ରାଜନୈତିକ ବାତାବରଣ ସେତିକି ସରଗରମ ହେବାରେ ଲାଗିଛି । ବିଶେଷ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି । ମିଳିଥିବା ସୂଚନାରୁ ଜଣାପଡିଛି କି ଦକ୍ଷିଣ ୨୪ ପ୍ରଗଣାର ସତଗଛିଆରୁ ତୃଣମୂଳ କଂଗ୍ରେସର(ଟିଏମ୍‌ସି) ବିଧାୟିକା ସୋନାଲି ଗୁହା ଏବେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ମିଶିବାକୁ ଯାଉଛନ୍ତି । ସୂଚନାଯୋଗ୍ୟ, ଏଥର ସେ ଟିଏମ୍‌ସିରୁ ଟିକେଟ ପାଇ ନାହାନ୍ତି । ଏହା ଜାଣିବା ପରେ ସୋନାଲି ଗଣମାଧ୍ୟମ ସାମ୍ନାରେ ଖୁବ୍ କାନ୍ଦିଥିଲେ । କହିଥିଲେ ଭଗବାନ ବାନାର୍ଜୀ ଦିଦିଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ । ଆରମ୍ଭରୁ ମୁଁ ଦିଦିଙ୍କ ସହ ରହିଛି ହେଲେ କ’ଣ ପାଇଁ ଦିଦି ଏଭଳି ନିଷ୍ପତ୍ତି ନେଇଛନ୍ତି ତାହା ମୋତେ ଜଣାନାହିଁ । ଅବଶ୍ୟ ସୋନାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତମଙ୍କ ମଧ୍ୟରୁ ଜଣେ ଥିବା କୁହାଯାଏ ।

Share