କରୋନା ଆକ୍ରାନ୍ତ ଟିଏମ୍‌ସି ବିଧାୟକଙ୍କ ପରଲୋକ

କୋଲକାତା,୧୭।୮: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଏଗ୍ରା ବିଧାୟକ ସମରେଶ ଦାସଙ୍କ ସୋମବାର ପରଲୋକ ଘଟିଛି। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ବୟସ ହୋଇଥିଲା। ଏନେଇ ଟିଏମ୍‌ସି ସୂତ୍ରରୁ ସୂଚନା ମିଳିଛି। ଜୁଲାଇ ୧୮ରେ ତାଙ୍କର ସ୍ବାବ ନମୁନା ପରୀକ୍ଷା କରାଯାଇଥିଲା। ଆସିଥିବା ରିପୋର୍ଟରେ ତାଙ୍କର କରୋନା ପଜିଟିଭ ବାହାରିଥିଲା। ଏହାପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ମଧ୍ୟ ସେ ଅନେକ ରୋଗରେ ପୀଡ଼ିତ ଥିଲେ। ତେବେ ସୋମବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ବିଧାୟକଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି। ସମରେଶଙ୍କ ମୃତ୍ୟୁ ରାଜନୈତିକ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ବୋଲି ମମତା କହିଛନ୍ତି। ଏଥିସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Share