Categories: ଜାତୀୟ

ପୌର ନିର୍ବାଚନ ପୋଛିନେଲା ଟିଏମ୍‌ସି

କୋଲକାତା,୧୪।୨: କୋଲକାତା ପରେ ପଶ୍ଚିମବଙ୍ଗର ବିଧାନନଗର, ସିଲିଗୁଡ଼ି, ଆସାନସୋଲ ଏବଂ ଚାନ୍ଦେରନାଗୋରେ ପୌର ନିଗମ ନିର୍ବାଚନ ଜିତିନେଇଛି ତୃଣମୂଳ କଂଗ୍ରେସ(ଟିଏମ୍‌ସି)। ସିଲିଗୁଡ଼ି ଏବଂ ଆସାନସୋଲରେ ଭାଜପା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଧାନନଗର ଏବଂ ଚାନ୍ଦେରନାଗୋରେ ପୌର ନିଗମରେ ବାମ ସାମ୍ମୁଖ୍ୟ ଦ୍ୱିତୀୟ ଏବଂ ଭାଜପା ତୃତୀୟ ସ୍ଥାନରେ ରହିଛି।

୪ ପୌର ନିଗମ ଜିତିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗ ଜନସାଧାରଣଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଛନ୍ତି। ହେଲେ ଗତ ବିଧାନସଭା ନିର୍ବାଚରେ ଛୋଟବଡ଼ ହିଂସାକାଣ୍ଡ ଘଟିଥିବା ବେଳେ ପୌର ନିର୍ବାଚନ ଶାନ୍ତିପୂର୍ଣ୍ଣ ହୋଇଛି।

Share