Categories: ଜାତୀୟ

ଟିଏମ୍‌ସି ନେତାଙ୍କୁ ଗୁଳିକରି ହତ୍ୟା

କୋଲକାତା,୮।୧: ଅଜଣା ଆତତାୟୀଙ୍କ ଗୁଳିରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ସତ୍ୟନ ଚୌଧୁରୀ ନିହତ ହୋଇଛନ୍ତି। ପଶ୍ଚିମବଙ୍ଗର ବହରମପୁର ଅଞ୍ଚଳରେ ରବିବାର ଏହି ହତ୍ୟାକାଣ୍ଡ ଘଟିଛି। ମୁର୍ସିଦାବାଦ ପାଇଁ ଦଳର ସାଧାରଣ ସମ୍ପାଦକ ଥିବା ସତ୍ୟନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଟିଏମ୍‌ସି ନେତାଙ୍କ କହିବା ଅନୁଯାୟୀ କେତେଜଣ ଦୁର୍ବୃତ୍ତ ବାଇକରେ ଆସି ସତ୍ୟନଙ୍କୁ ଅତି ନିକଟରୁ ଗୁଳି କରିଥିଲେ। ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Share