କ୍ଷମତା ଚାଲିଯିବା ପରେ ଏ କେମିତି ଅବସ୍ଥା! ଖଟ ତଳେ ଲୁଚିଥିଲେ ଟିଏମସି ନେତା, ହଠାତ୍‌ ପହଞ୍ଚିଲା ପୋଲିସ, ଭିଡିଓ ଦେଖନ୍ତୁ…

ନୂଆଦିଲ୍ଲୀ,୪।୬: ପଶ୍ଚିମବଙ୍ଗ ରାଜନୀତିରେ ପ୍ରତିଦିନ କିଛି ନା କିଛି ନୂଆ ହାଇଡ୍ରାମା ଦେଖିବାକୁ ମିଳୁଛି। ବର୍ତ୍ତମାନ କୁଚବିହାର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। କଥିତ ‘କଟ-ମନି’ (ପିସି ବା ପରସେଣ୍ଟେଜ) ବିବାଦକୁ ନେଇ ଜଣେ ଟିଏମସି (TMC) ନେତା ଉଗ୍ର ଜନତାଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ନିଜ ଖଟ ତଳେ ଲୁଚିଥିବା ଦେଖିବାକୁ ମିଳିଛି। ପରେ ପୋଲିସ ତାଙ୍କୁ ସେଠାରୁ ବାହାର କରି ଗିରଫ କରିଛି।

ଭାଜପା ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ‘Xରେ ଟିଏମସି ନେତା ଶାହିଦୁଲ ମିଆଁଙ୍କର ଏହି ଭିଡିଓ ଶେୟାର କରି ମମତା ବାନାର୍ଜୀଙ୍କ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଅମିତ ମାଲବ୍ୟଙ୍କ ସୂଚନା ଅନୁଯାୟୀ, କୁଚବିହାର ଜିଲାର ମାଥାଭାଙ୍ଗା ଅଞ୍ଚଳରେ ଏହି ଘଟଣା ଘଟିଛି। ସ୍ଥାନୀୟ ଲୋକେ ଟିଏମସି ନେତା ଶାହିଦୁଲ ମିଆଁଙ୍କ ଘର ଚାରିପାଖରେ କୋଳାହଳ କରି ଘେରାଉ କରିଥିଲେ। ଲୋକଙ୍କ ରାଗ ଦେଖି ଭୟରେ ଶାହିଦୁଲ ନିଜ ବେଡ ବା ଖଟ ତଳେ ଲୁଚି ଯାଇଥିଲେ। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ପୋଲିସ କର୍ମଚାରୀମାନେ ତାଙ୍କୁ ଖଟ ତଳୁ ଘୋଷାରି ବାହାରକୁ ଆଣୁଛନ୍ତି ଏବଂ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ରକ୍ଷା କରି ଗିରଫ କରୁଛନ୍ତି।

Odisha’s No.1 Odia Daily

Share