Categories: ଜାତୀୟ

ଦୁର୍ନୀତିରେ ବୁଡ଼ି ରହିଛନ୍ତି ଟିଏମ୍‌ସି ସରକାର…

ନୂଆଦିଲ୍ଲୀ, ୨୩।୭ : ପଶ୍ଚିମବଙ୍ଗରେ ସ୍କୁଲ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସରକାରଙ୍କ ଉଦ୍ୟୋଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫ ପରେ କେନ୍ଦ୍ରୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି ଟିଏମ୍‌ସି ସରକାର ଦୁର୍ନୀତିରେ ବୁଡ଼ି ରହିଛନ୍ତି। ରାଜ୍ୟରେ ଦୁର୍ନୀତି ସମସ୍ତଙ୍କୁ ଚମକାଇ ଦେଇଛି। ଏହା ସମସ୍ତ ସୀମା ଟପି ଯାଇଥିବା ଜ୍ୟୋତିରାଦିତ୍ୟ କହିଛନ୍ତି। ରାଜ୍ୟରେ ଲୋକତନ୍ତ୍ର ନୁହେଁ ଦୁର୍ନୀତିଗ୍ରସ୍ତଙ୍କ ସରକାର ଚାଲିଛି। ରାଜ୍ୟ ସରକାର ଆକଣ୍ଠ ଦୁର୍ନୀତିରେ ବୁଡ଼ି ରହିଥିବା ସେ କହିଛନ୍ତି।

Share