Posted inଜାତୀୟ

ଦେବୀ ଦୁର୍ଗାଙ୍କ ହାତରେ ତ୍ରିଶୂଳ ବଦଳରେ ଟିଏମସି ପତାକା, ଭାଜପା କଲା ନିନ୍ଦା…

କୋଲକାତା,୧।୧୦ : ଦୁର୍ଗା ପୂଜାର ମହାଷଷ୍ଠୀ ପୂଜା ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି। ବିଭିନ୍ନ ପୂଜା ପେଣ୍ଡାଲ ଭିନ୍ନ ଭିନ୍ନ ପୌରାଣିକ ବିଷୟବସ୍ତୁ ଉପରେ ଆଧାରିତ ହୋଇଛି। ତେବେ ଗୋଟିଏ ପୂଜା ପେଣ୍ଡାଲରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି)ପତାକା ଦେବୀ ଦୁର୍ଗାଙ୍କ ହାତରେ ତ୍ରିଶୂଳ ବଦଳରେ ରହିଛି।

ଏହାକୁ ନେଇ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଭାଜପା ଏହାକୁ କଡ଼ା ସ୍ବରରେ ନିନ୍ଦା କରିଛି। ସୂଚନାନୁସାରେ, ହୁଗୁଲି ଜିଲାର ଗୁଡାପ ପଞ୍ଚାୟତରେ ଏକ ପୂଜାପେଣ୍ଡାଲରେ ଏଭଳି ଭାବେ ଦେବୀଙ୍କୁ ପ୍ରତିଷ୍ଠା କରାଯାଇଛି।

ଭାଜପାର ଅଭିଯୋଗ ପରେ ପଞ୍ଚାୟତ ସଦସ୍ୟମାନେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ଦ ଶକ୍ତିଗୁଡ଼ିକୁ ନଷ୍ଟ କରି ରାଜ୍ୟର ବିକାଶ କରୁଛନ୍ତି। ଆମେ ତାଙ୍କ ଦ୍ୱାରା ଅନୁପ୍ରାଣିତ। ଦେବୀ ଦୁର୍ଗା ମନ୍ଦ ଶକ୍ତିମାନଙ୍କୁ ଧ୍ୱଂସ କରିଥାନ୍ତି। ଏହି ରାଜ୍ୟରେ ଭାଜପା ନାମକ ଏକ ମନ୍ଦ ଶକ୍ତି ଅଛି। ବିଧାନସଭା ନିର୍ବାଚନରେ ମମତା ତାଙ୍କ ବିରୋଧରେ ଲଢ଼ିଥିଲେ ଏବଂ ଜିତିଥିଲେ। ସେଥିପାଇଁ ଏଥର ଆମର ଦୁର୍ଗା ମୂର୍ତ୍ତିରେ ମହିଷାସୁରକୁ ତ୍ରିଶୂଳ ବଦଳରେ ଟିଏମସି ପତାକା ଦ୍ୱାରା ବଧ କରାଯାଇଥିବା ଦର୍ଶାଯାଇଛି।

ଏନେଇ ଭାଜପା ନେତା ତୁଷାର ମଜୁମଦାର କହିଛନ୍ତି ଏହା ଦ୍ୱାରା ପଶ୍ଚିମବଙ୍ଗର ସଂସ୍କୃତି ଓ ଧାର୍ମିକ ପରମ୍ପରା ନଷ୍ଟ ହୋଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟରେ ହିନ୍ଦୁ ଧର୍ମକୁ ନଷ୍ଟ କରୁଛନ୍ତି। ବର୍ତ୍ତମାନ ତ୍ରିଶୂଳ ସ୍ଥାନରେ ତୃଣମୂଳ ପତାକା ଦେବୀ ଦୁର୍ଗାଙ୍କ ହାତରେ ଧରାଇ ଦିଆଯାଇଛି। ଆମେ ଏଭଳି କାର୍ଯ୍ୟର ଦୃଢ଼ ନିନ୍ଦା କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଖୋଲିବ ଏପଷ୍ଟିନ୍‌ ପେଡ଼ି: ଫାଇଲ୍‌ରେ ଟ୍ରମ୍ପ୍‌, ଚିନ୍ତାରେ ହ୍ବାଇଟ୍‌ ହାଉସ୍‌

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୯ା୧୨(ସିଏନ୍‌ଏନ୍‌/ଏଜେନ୍ସି): ଜେଫ୍ରି ଏପଷ୍ଟିନ୍‌ଙ୍କ ସହ ଜଡ଼ିତ ଅତି ସମ୍ବେଦନଶୀଳ ଦସ୍ତାବିଜ ‘ଏପଷ୍ଟିନ୍‌ ଫାଇଲ୍ସ’ ଖୋଲିବାକୁ ସମୟ ଯେତିକି ପାଖେଇ ଆସୁଛି, ବଡ଼ବଡ଼ିଆଙ୍କ ହୃତ୍‌ସ୍ପନ୍ଦନ ସେତିକି ବଢ଼ିବାରେ...

ଖେଳ ଜଗତରେ ଶୋକର ଛାୟା: ବିମାନ ଦୁର୍ଘଟଣାରେ ଚାଲିଗଲା ଏହି ଖେଳାଳିଙ୍କ ଜୀବନ, ସ୍ତ୍ରୀ ପିଲା ବି…

ନୂଆଦିଲ୍ଲୀ,୧୯।୧୨: ରେସିଂ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଉତ୍ତର କାରୋଲିନାର ଷ୍ଟେଟସଭିଲ ଆଞ୍ଚଳିକ ବିମାନବନ୍ଦର ନିକଟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

ଭୁବନେଶ୍ବରରେ ଜରୁରୀ ଅବତରଣ କଲା ବିମାନ, ଜାଣନ୍ତୁ କାରଣ

ଭୁବନେଶ୍ବର,୧୯।୧୨:  ଭୁବନେଶ୍ବରରେ ଜରୁରୀ ଅବତରଣ କଲା ବିମାନ । ବାରଣାସୀ ଯାଉଥିବା ବିମାନ ଭୁବନେଶ୍ବରରେ ଜରୁରୀ ଅବତରଣ କରିଛି । ଖରାପ ପାଗ ଯୋଗୁଁ ବିମାନ...

ଆଶ୍ଚର୍ଯ୍ୟ ହେଲେ ବି ସତ: ୬ ମାସରେ ୪ ଥର କାମୁଡ଼ିଛି ସାପ, ଦେଶୀ ଚିକିତ୍ସା କରି ବଞ୍ଚାଇଛନ୍ତି ଜୀବନ

ଦାରିଙ୍ଗବାଡି, ୧୯।୧୨ (ଅରୁଣ ସାହୁ ):୬ ମାସ ରେ ୪ ଥର ସାପ କାମୁଡ଼ିବା ଓ କାମୁଡ଼ିବା ପରେ ବଞ୍ଚିବା ତାହା ପୁଣି ଦେଶୀ ଚିକିତ୍ସା...

କଟକରେ ମା’ହେଲେ ଦଶମ ଶ୍ରେଣୀ ଛାତ୍ରୀ: ବଳାତ୍କାର ପରେ…

କଟକ,୧୯।୧୨: କଟକ ଜିଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ଖୁଣ୍ଟକଟା ଅଞ୍ଚଳର ଜଣେ ୧୪ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ରୀ ବଳାତ୍କାର ଶିକାର ହେବା ପରେ ଏକ...

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ବିଶ୍ୱରେ ଖେଳିଗଲା…

ନୂଆଦିଲ୍ଲୀ,୧୯।୧୨: ଭାରତ ଚାଇନା ବିରୋଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଚାଇନାରୁ ଆମଦାନୀ ହେଉଥିବା କିଛି ଇସ୍ପାତ ଉତ୍ପାଦ ଉପରେ ପାଞ୍ଚ ବର୍ଷର ଆଣ୍ଟି-ଡମ୍ପିଂ ଶୁଳ୍କ...

ଦୁଇଦିନ ପରେ ଜି.ଉଦୟଗିରିରେ ପୁଣି ତଳମୁହାଁ ପାରଦ, ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ

ଜି.ଉଦୟଗିରି,୧୯/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ଜି.ଉଦୟଗିରିରେ ରାଜ୍ୟର ସବୁଠାରୁ ଅଧିକ ଶୀତ ଅନୁଭୂତ ହେଉଛି । ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri