Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଗୃହ ଭିତରେ ଟିଏମ୍‌ସି ଏମ୍‌ପି କହିଦେଲେ ଏମିତି କଥା, ମିଳିଲା କଡ଼ା ଜବାବ

ନୂଆଦିଲ୍ଲୀ,୨।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କେନ୍ଦ୍ର ବଜେଟ ୨୦୨୨-୨୩ ଉପସ୍ଥାପନ କରିଛନ୍ତି। ବଜେଟ ଉପସ୍ଥାପିତ ହେବା ପରେ ଲୋକ ସଭା ବାଚସ୍ପତି ଓମ ବିର୍ଲା ଗୃହକୁ ସ୍ଥଗିତ ରଖିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହ ଭିତରେ ଥିବା ଅନେକ ବିରୋଧୀ ଦଳର ନେତାଙ୍କ ନିକଟରେ ପହଞ୍ଚିଥିଲେ। କଂଗ୍ରେସ ନେତା ଅଦୀର ରଞ୍ଜନ ଚୌଧୁରୀ, ତୃଣମୂଳ କଂଗ୍ରେସର ସୁଦୀପ ବନ୍ଦୋପାଧ୍ୟାୟ ଏବଂ ସୌଗତ ରୟ, ନ୍ୟାଶନାଲ୍‌ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ଡିଏମକେର ଏ ରାଜା ଏବଂ ମହାରାଷ୍ଟ୍ରରେ ଅମରାବତୀଙ୍କ ପ୍ରତିନିଧିତ୍ୱ କରୁଥିବା ସ୍ବାଧୀନ ଏମ୍‌ପି ନବନୀତ କୌର ରାଣାଙ୍କୁ ମୋଦି ଭେଟିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ଟିଏମସି ଏମ୍‌ପି ସୌଗତ ରୟଙ୍କ ନିକଟରେ ପହଞ୍ଚିବା କ୍ଷଣି ସେ ବଙ୍ଗଳା ରାଜ୍ୟପାଳ ଜଗଦୀପ ଧନଖରଙ୍କ ନାଁରେ ତାଙ୍କ ନିକଟରେ ଅଭିଯୋଗ କରିଥିଲେ। କେବଳ ଏତିକି ନୁହେଁ, ରାଜ୍ୟପାଳଙ୍କୁ ହଟାଇବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ମଧ୍ୟ ଦାବି ସେ କରିଥିଲେ। ଏହା ଶୁଣି ପ୍ରଧାନମନ୍ତ୍ରୀ ହସଖୁସିରେ ଉତ୍ତର ଦେଲେ। ଆପଣ ପ୍ରଥମେ ଅବସର ନିଅନ୍ତୁ, ତା’ପରେ ତାଙ୍କୁ ଡକାଯିବ। ଉଲ୍ଲେଖନୀୟ କଥା ହେଉଛି, ଟିଏମସି ଏବଂ ଭାଜପା ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ତିକ୍ତ। ଟିଏମସି ସଭାପତି ତଥା ରାଜ୍ୟ ମୁଖ୍ୟ ମମତା ବାନାର୍ଜୀଙ୍କ ମଧ୍ୟରେ ନିରନ୍ତର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଗତ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ମଧ୍ୟରେ କଳହ ଏତେ ବଢିଯାଇଛି ଯେ ମମତା ବାନାର୍ଜୀ ଟୁଇଟର୍‌ରେ ରାଜ୍ୟପାଳଙ୍କୁ ବ୍ଲକ୍‌ କରିଛନ୍ତି।

Share