Categories: ଜାତୀୟ

ଆର୍‌ଏସ୍‌ଏସ୍‌ର ପ୍ରଶଂସା କଲେ ମମତା

କୋଲକାତା,୧ ।୯: ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏବେ ସେ ଆର୍‌ଏସ୍‌ଏସ୍‌କୁ ନେଇ ଦେଇଥିବା ଏକ ବୟାନକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ କହୁଛନ୍ତି ଆରଏସଏସ ଏତେ ବି ଖରାପ ନୁହେଁ । ଏବେ ମମତାଙ୍କ ମୁହଁରୁ ଆର୍‌ଏସ୍‌ଏସ୍‌ର ପ୍ରଶଂସା ଦେଖିବାକୁ ମିଳିବାରୁ ଏହି ଭିଡିଓଟି ଖୁବ୍ ଭାଇରାଲ ହେଉଛି । ତାଙ୍କ ବିରୋଧୀ ଦଳ ନେତା ବି ଏହି ଭିଡିଓକୁ ଶେୟାର କରୁଛନ୍ତି ।

ସୂଚନାଯୋଗ୍ୟ, ଭାଇରାଲ ଭିଡିଓରେ ମମତା ବସିଥିବା ନଜର ଆସିଛି । ସେଠାରେ ସେ ଆର୍‌ଏସ୍‌ଏସ୍ କଥା ଉଠାଇଛନ୍ତି । ସେ କହୁଛନ୍ତି ଆର୍‌ଏସ୍‌ଏସ୍ ଏତେ ବି ଖରାପ ନୁହେଁ । ଏମିତି କେତେଜଣ ଆଜିବି ସଂଘରେ ରହିଛନ୍ତି ଯେଉଁମାନେ ଭାରତୀୟ ଜନତା ପାର୍ଟି(ଭାଜପା) ଭଳି ଚିନ୍ତା କରନ୍ତି ନାହିଁ । ଏହି ସମୟରେ ମମତା ଭାଜପା ଉପରେ ଖୁବ୍ ବର୍ଷିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଟିଏମ୍‌ସିର ଇମେଜ ଖରାପ କରିବାକୁ ଚେଷ୍ଟା କରାଯାଉଛି । ହେଲେ ଏମିତି କରୁଥିବା ଲୋକଙ୍କୁ କେବେ ଛଡାଯିବ ନାହିଁ । ମମତାଙ୍କ ଏହି ଭିଡିଓକୁ କଂଗ୍ରେସ ନେତା ନେପାଳ ମହୋତ ବି ଶେୟାର କରିଛନ୍ତି ।

Share