ବନ୍ଦ ହେଲା ଟିଏମ୍‌ସି, ସିସିଏଚ୍‌:କୋଭିଡ୍‌ ରୋଗୀଙ୍କ ପାଇଁ ୫୦% ଶଯ୍ୟା, ୮୦% ଆଇସିୟୁ ସଂରକ୍ଷିତ ରଖିବେ ଘରୋଇ ହସ୍ପିଟାଲ

ଭୁବନେଶ୍ୱର,୧୫।୯(ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପଞ୍ଚାୟତ ଓ ପୌରାଞ୍ଚଳରେ କୋଭିଡ୍‌ କେୟାର ସେଣ୍ଟର(ସିସିସି), ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମ୍‌ସି) ଓ କୋଭିଡ୍‌ କେୟାର ହୋମ୍‌ (ସିସିଏଚ୍‌)ର ବ୍ୟବସ୍ଥା କରିଥିଲେ। କିନ୍ତୁ ଏବେ ଟିଏମ୍‌ସି ଓ ସିସିଏଚ୍‌ଗୁଡ଼ିକ ଖାଲି ପଡୁଛି। ସେଠାକୁ ରୋଗୀ ଆସୁନାହାନ୍ତି। ତେଣୁ ଏସବୁ ସେଣ୍ଟରକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସୋମବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଯେଉଁସବୁ ସିସିସିରେ ରୋଗୀ ନାହାନ୍ତି ସେଗୁଡ଼ିକ ମଧ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ତେବେ କୋଭିଡ୍‌ ପରିଚାଳନା କ୍ଷେତ୍ରରେ ସରକାରଙ୍କ ଏହି ନିଷ୍ପତ୍ତି ସକାରାତ୍ମକ ପ୍ରଭାବ ପକାଇବ ବୋଲି କୁହାଯାଉଛି। କରୋନା ଚିକିତ୍ସା ଓ ସଂକ୍ରମଣ ନିୟନ୍ତ୍ରଣ ପାଇଁ ବହୁ କୋଟି ଟଙ୍କାର ଆବଶ୍ୟକତା ପଡୁଛି। ଇତିମଧ୍ୟରେ ୭ ମାସର କରୋନା ଲଢ଼େଇରେ ରାଜ୍ୟର ଅର୍ଥ ବ୍ୟବସ୍ଥା ସହ ଆୟର ଉତ୍ସ ମଧ୍ୟ ପ୍ରଭାବିତ ହୋଇଛି। ତେଣୁ ଖର୍ଚ୍ଚର ଠିକ୍‌ ପରିଚାଳନା ବର୍ତ୍ତମାନ ରାଜ୍ୟ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି। ଏପରି କ୍ଷେତ୍ରରେ ଅଯଥା ଅର୍ଥ ଖର୍ଚ୍ଚକୁ ରୋକିବା ସହ କରୋନା ଚିକିତ୍ସା ଉପରେ ଅଧିକ ଫୋକସ୍‌ ଦେବାକୁ ସରକାର ଏହି ସ୍ବାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟର ୬,୭୯୮ଟି ପଞ୍ଚାୟତରେ ସିସିଏଚ୍‌ରେ ୬୫,୪୭୯ଟି ଶଯ୍ୟା ସୁବିଧା ରହିଛି। ସେହିଭଳି ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏ ଟିଏମ୍‌ସି ରହିଛି। ଏଥିସହ ବିଭିନ୍ନ ସ୍କୁଲ ଓ ଶିକ୍ଷାନୁଷ୍ଠାନରେ ୧୭୮ଟି ସିସିସି କାର୍ଯ୍ୟ କରୁଥିବାବେଳେ ଏଥିରେ ୨୧,୦୫୯ଟି ଶଯ୍ୟା ରହିଛି। ପୌରାଞ୍ଚଳରେ ମଧ୍ୟ କରୋନା ରୋଗୀଙ୍କ ରହଣି ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଛି। ବର୍ତ୍ତମାନ ଟିଏମ୍‌ସି ଓ ସିସିଏଚ୍‌ରେ ରୋଗୀ ନାହାନ୍ତି। ସିସିସିଗୁଡ଼ିକରେ ମଧ୍ୟ ରୋଗୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଯେଉଁ ସିସିସିରେ ରୋଗୀ ନାହାନ୍ତି ସେସବୁକୁ ବନ୍ଦ କରିବା ସହିତ ଯେଉଁଠି କମ୍‌ ସଂଖ୍ୟକ ରୋଗୀ ଅଛନ୍ତି, ସେଠାରେ ସଂଖ୍ୟା ହ୍ରାସକରି ନିୟୋଜିତ ସ୍ବାସ୍ଥ୍ୟ କର୍ମଚାରୀ ଓ ଡାକ୍ତରଙ୍କୁ ଜିଲାରେ ମୁତୟନ କରିବା ପାଇଁ କୁହାଯାଇଛି। କିପରି ସେମାନଙ୍କ ସେବାକୁ ଭଲ ଭାବେ ଉପଯୋଗ କରିହେବ ତାହା ଉପରେ ଜିଲାପାଳମାନେ ବ୍ୟକ୍ତିଗତ ଭାବେ ତଦାରଖ କରିବେ। ଏଥିସହ ନିର୍ଦ୍ଧାରିତ ଫର୍ମାଟରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ଦୈନିକ ଜଣାଇବେ। ଯଦି କୌଣସି ସ୍ଥାନରେ ଜରୁରୀ ଆବଶ୍ୟକତା ପଡ଼େ, ତେବେ ଏହି ସୁବିଧାକୁ ସ୍ବଳ୍ପ ନୋଟିସରେ ବ୍ୟବସ୍ଥା କରାଯାଇପାରିବ। ଏ ସମସ୍ତ ଦିଗରେ ପଦକ୍ଷେପ ନେବାସହ ସ୍ବାସ୍ଥ୍ୟ ବିଭାଗ ଓ ରିଲିଫ କମିଶନରଙ୍କୁ ଜଣାଇବାକୁ ଉଭୟ ଜିଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ଘରୋଇ ହସ୍ପିଟାଲ ପାଇଁ ସରକାର ପୁଣି ଏକ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ ଥିବା ୩୦ କିମ୍ବା ତା’ଠାରୁ ଅଧିକ ଶଯ୍ୟା ବିଶିଷ୍ଟ ଘରୋଇ ହସ୍ପିଟାଲଗୁଡ଼ିକ ସାଧାରଣ ଶଯ୍ୟାର ୫୦ପ୍ରତିଶତ ଓ ଆଇସିୟୁ ଶଯ୍ୟାର ୮୦ପ୍ରତିଶତ କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବା ବାଧ୍ୟତାମୂଳକ ହୋଇଛି। ଜରୁରୀ ପରିସ୍ଥିତିରେ ସମଗ୍ର ହସ୍ପିଟାଲକୁ କୋଭିଡ୍‌ ହସ୍ପିଟାଲରେ ପରିବର୍ତ୍ତନ କରାଯିବ। ହସ୍ପିଟାଲଗୁଡ଼ିକ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ବାବଦକୁ ସରକାରଙ୍କ ପକ୍ଷରୁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ଅର୍ଥ ନେବେ। ଏନେଇ ସୋମବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାପୂର୍ବରୁ ଅର୍ଥାତ୍‌ ଗତ ୨୮ ତାରିଖରେ ଘରୋଇ ହସ୍ପିଟାଲରେ ୩୦ କିମ୍ବା ତା’ଠାରୁ ଅଧିକ ଶଯ୍ୟା କରୋନା ଚିକିତ୍ସା ପାଇଁ ସଂରକ୍ଷିତ ରଖିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଥିଲା। ଏଥିସହିତ ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସାଲାଗି ଦର ନିର୍ଦ୍ଧାରଣ କରାଯାଇଥିଲା। ସାଧାରଣ ଶଯ୍ୟା ପାଇଁ ଦୈନିକ ୨,୯୫୦ରୁ ୪,୭୫୦ ରଖାଯାଇଥିବାବେଳେ ଆଇସିୟୁ ପାଇଁ ୧୦ରୁ ୧୭ହଜାର ସହ ଭେଣ୍ଟିଲେଟର ପାଇଁ ୧୨ରୁ ୧୮ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା।
ତେବେ ସରକାରଙ୍କ ଏହି ନିର୍ଦ୍ଦେଶନାମା ନିଶ୍ଚିତ କୋଭିଡ୍‌ ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିପାରିବ। କିନ୍ତୁ ରାଜ୍ୟର ବର୍ତ୍ତମାନର ସ୍ବାସ୍ଥ୍ୟ ସେବା ସ୍ଥିତିକୁ ତର୍ଜମା କଲେ ଏହା ପରୋକ୍ଷରେ ବଡ଼ ସଂକଟ ସୃଷ୍ଟି କରିବ ବୋଲି ଜଣାପଡିଛି। କରୋନା ପାଇଁ ଏବେ ଚିକିତ୍ସା ସେବା ଗୁରୁତର ବାଧାପ୍ରାପ୍ତ ହୋଇଛି। ଡାକ୍ତର, ନର୍ସ ଓ ହସ୍ପିଟାଲ କର୍ମଚାରୀ ସଂକ୍ରମିତ ହେବାରେ ଲାଗିଛନ୍ତି। ଏଥିପାଇଁ ହସ୍ପିଟାଲ ଓ ଆଇସିୟୁକୁ ସାମୟିକ ବନ୍ଦ କରିବାକୁ ପଡୁଛି। ଅନେକ ସମୟରେ ଅଣକୋଭିଡ୍‌ ରୋଗୀ ହସ୍ପିଟାଲରୁ ହସ୍ପିଟାଲ ଦୌଡ଼ିବା ପରେ ଚିକିତ୍ସା ନ ପାଇ ଆଖି ବୁଜୁଛନ୍ତି। ଏମିତି ଶହଶହ ଜୀବନ ଯାଉଥିଲେ ମଧ୍ୟ କାହା ପାଖରେ ଏହାର ହିସାବ ନାହିଁ। ଏପରିସ୍ଥଳେ ରାଜ୍ୟର ଅଧିକାଂଶ ରୋଗୀ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରୁଥିବାବେଳେ ସରକାରଙ୍କ କଟକଣା ଦିନକୁ ଦିନ ସମସ୍ୟା ସୃଷ୍ଟି କରୁଛି। ଏବେ ସରକାର ଘରୋଇ ହସ୍ପିଟାଲରେ କୋଭିଡ୍‌ ରୋଗୀଙ୍କ ପାଇଁ ସଂରକ୍ଷଣ ବଢ଼ାଇବା ଆଗକୁ ଅଣକୋଭିଡ୍‌ ରୋଗୀଙ୍କ ପାଇଁ ଜଟିଳ ସ୍ଥିତି ସୃଷ୍ଟି କରିବ। ବିଶେଷକରି ଜରୁରୀ ସେବା ଆବଶ୍ୟକ କରୁଥିବା କିଡ୍‌ନୀ, ହାର୍ଟ, ଦୁର୍ଘଟଣାଗ୍ରସ୍ତ ରୋଗୀ ଚିକିତ୍ସା ସେବାରୁ ବଞ୍ଚତ୍ତ ହେବେ। ପୁଣି ଘରୋଇ ହସ୍ପିଟାଲରେ କୋଭିଡ୍‌ ରୋଗୀ ରହିଲେ, ସାଧାରଣ ରୋଗୀ ମଧ୍ୟ ସେଠାକୁ ଯିବାକୁ ଅମଙ୍ଗ ହେବ। ଫଳରେ ଆଗାମୀ ଦିନରେ ଅଣକୋଭିଡ୍‌ ରୋଗୀ ଚିକିତ୍ସା ନ ପାଇ ଘରେ ଯନ୍ତ୍ରଣାରେ ଛଟପଟ ହୋଇ ଆଖି ବୁଜିବେ ବୋଲି ଆଶଙ୍କା ଦେଖାଦେଲାଣି। ତେଣୁ ଏପରି ସ୍ଥିତି ସୃଷ୍ଟି ପୂର୍ବରୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଅଣକୋଭିଡ୍‌ ରୋଗୀଙ୍କ ଚିକିତ୍ସା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri