Categories: ଜାତୀୟ

ନେତାଜୀ ଜୟନ୍ତୀରେ ପଶ୍ଚିମବଙ୍ଗରେ ଟିଏମ୍‌ସି-ଭାଜପା ମୁହାଁମୁହିଁ

କୋଲକାତା,୨୩।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ପଶ୍ଚିମବଙ୍ଗରେ ଭାଜପା ଏବଂ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁହଁାମୁହିଁ ହୋଇଛନ୍ତି। ଆସନ୍ତା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ମିଶନ ପଶ୍ଚିମବଙ୍ଗ ଉପରେ ଗୁରୁତ୍ୱାରୋପ କରାଯାଉଛି। ଭାଜପା ନେତାଜୀଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରୁଛି। ଏପରିସ୍ଥଳେ ଶାସକ ତୃଣମୂଳ ପକ୍ଷରୁ ଭାଜପାକୁ କଡ଼ା ଟକ୍କର ଦିଆଯିବା ଲାଗି ଯୋଜନା କରାଯାଇଛି। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ପକ୍ଷରୁ ଏହି ଦିନଟିକୁ ଦେଶ ନାୟକ ଦିବସ ଭାବେ ପାଳନ କରାଯାଇଛି। ମମତା ଶ୍ୟାମ ବଜାରଠାରୁ ରେଡ୍‌ ରୋଡ୍‌ ପର୍ଯ୍ୟନ୍ତ ୯ କିଲୋମିଟର ରୋଡ ଶୋ କରିଛନ୍ତି। ସେ ଦଳର ନେତାଙ୍କ ସହିତ ପାଦରେ ଚାଲି ଚାଲି ଭୋଟରଙ୍କୁ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ହାତେଇବାର ପ୍ରୟାସ କରିଛନ୍ତି। ସେ କହିଛନ୍ତି ଯେ, ଭାଜପା ଲୋକଙ୍କୁ ବିଭାଜନ କରିବାର ଷଡ଼ଯନ୍ତ୍ର କରୁଛି। ତେବେ ଏହା କେବେ ମଧ୍ୟ ସମ୍ଭବ ହେବ ନାହିଁ ବୋଲି ମମତା କହିଛନ୍ତି।

Share