Categories: ଜାତୀୟ

ବାବୁଲ ସୁପ୍ରିଓଙ୍କୁ ମମତା ଦେଲେ ବଡ଼ ଦାୟିତ୍ୱ

କୋଲକାତା,୧୧।୭: ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବିଧାୟକ ବାବୁଲ ସୁପ୍ରିଓଙ୍କୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର କରାଯାଇଛି। ନୂଆ ଦାୟିତ୍ୱ ପାଇଁ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସେ ଟୁଇଟ୍‌ କରି ଧନ୍ୟବାଦ ଜଣାଇଛନ୍ତି। । ସୁପ୍ରିଓ ଦେଶର ଜଣେ ଜଣାଶୁଣା ଚେହେରା। ସେ ଦଳର ଆଭିମୁଖ୍ୟ ଏବଂ ନୀତିକୁ ଜାତୀୟସ୍ତରରେ ପହଞ୍ଚାଇପାରିବେ । ଏପରି କି ପଶ୍ଚିମବଙ୍ଗ ବାହାରେ ଟିଏମ୍‌ସିକୁ ମଜଭୂତ କରିବା ପାଇଁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି।

Share