ଟାଇଟାନିକର ଭଗ୍ନାବଶେଷ ଦେଖିବାକୁ ଚାହୁଁ ନ ଥିଲେ ଅରବପତିଙ୍କ ପୁଅ

ଲଣ୍ଡନ,୨୩।୬: ଟାଇଟାନିକ ଜାହାଜର ଭଗ୍ନାବଶେଷ ଦେଖିବାକୁ ଟାଇଟନ ବୁଡାଜାହାଜରେ ଯାଇଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ପାକିସ୍ତାନ ମୂଳ ବାସିନ୍ଦା ଜଣେ ଅରବପତି ଶହଜାଦା ଦାଉଦ ଓ ତାଙ୍କ ୧୯ ବର୍ଷୀୟ ପୁଅ ସୁଲେମାନ ଦାଉଦଙ୍କର ବି ମୃତ୍ୟୁ ହୋଇଛି। ଗୁରୁବାର ଶହଜାଦା ଦାଉଦଙ୍କ ବଡ ଭଉଣୀ କହିଛନ୍ତି କି ସୁଲେମାନ ଏହି ଯାତ୍ରାରେ ଯିବାକୁ ଆଦୌ ଚାହୁଁ ନ ଥିଲେ କାରଣ ସେ ଏହି ଯାତ୍ରାକୁ ନେଇ ଭୟଭୀତ ଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶହଜାଦା ଦାଉଦଙ୍କ ବଡ ଭଉଣୀ ଅଜମେହ ଦାଉଦ କହିଛନ୍ତି ଯେ ସୁଲେମାନ ଜଣେ ସମ୍ପର୍କୀୟଙ୍କୁ କହିଥିଲେ ଯେ ସେ ଏହି ଯାତ୍ରାକୁ ନେଇ ଉତ୍ସାହିତ ନୁହଁନ୍ତି କିନ୍ତୁ ଭୟଭୀତ ଥିଲେ। ଅଜମେହ କହିଛନ୍ତି ଯେ ଯେଉଁ ଦିନ ଏହି ଲୋକମାନେ ବୁଡ଼ାଜାହାଜରୁ ସମୁଦ୍ରର ଗଭୀରକୁ ଓହ୍ଲାଇଥିଲେ, ସେହି ଦିନ ଫାଦର୍ସ ଡେ ବା ପିତୃ ଦିବସ ଥିଲା ଏବଂ ସୁଲେମାନ ତାଙ୍କ ପିତାଙ୍କୁ ଖୁସି କରିବାକୁ ଚାହୁଁଥିଲେ କାରଣ ଶହଜାଦ ଦାଉଦ ଚାହୁଁଥିଲେ ଯେ ତାଙ୍କ ପୁଅ ତାଙ୍କ ସହ ସମୁଦ୍ରର ଗଭୀରକୁ ଯାଆନ୍ତୁ। ଟାଇଟାନିକର ଭଗ୍ନାବଶେଷକୁ ନେଇ ଏହି ଯାତ୍ରା ପାଇଁ ଶହଜାଦ ଦାଉଦ ଖୁବ ଉତ୍ସାହିତ ଥିଲେ ଏବଂ ଏହି କାରଣରୁ ସୁଲେମାନ ତାଙ୍କ ପିତାଙ୍କୁ ନିରାଶ କରିବାକୁ ଚାହୁଁ ନ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଦାବି

କୋରାପୁଟ,୬ା୮(ଅମିତାଭ ବେହେରା): କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିବେଲଗାଁ ପଞ୍ଚାୟତର ଛେଲିଆମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ…

ଅମିତ ଶାହାଙ୍କୁ ଭେଟି ବଡ଼ ଦାବି କଲେଣି ତିନି ବିଦ୍ରୋହୀ ମୁସଲିମ ଟିଏମସି ଏମପି

ନୂଆଦିଲ୍ଲୀ,୬।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ (TMC) ବିରୋଧରେ ବିଦ୍ରୋହ କରିଥିବା ତିନି ଜଣ ଏମପି ଆବୁ ତାହିର ଖାନ, ୟୁସୁଫ ପଠାନ ଏବଂ ଖଲିଲୁର…

ରିଷିଡା ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ; ଛୁଟିରେ ଡାକ୍ତର, ରୋଗୀ ହନ୍ତସନ୍ତ

ରିଷିଡା, ୬।୮(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଆଜକୁ ପ୍ରାୟ ୨ମାସ ହେଲା ଛୁଟିରେ ରହିଛନ୍ତି । ଫଳରେ ରୋଗୀ…

ଗିଲଙ୍କୁ ନେଇ ବଢିଲା ଟିମ ଇଣ୍ଡିଆର ଟେନସନ! ଶ୍ରୀଲଙ୍କା ଟେଷ୍ଟ ସିରିଜ ପୂର୍ବରୁ…

ନୂଆଦିଲ୍ଲୀ,୬।୮: ଶୁବମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଅଗଷ୍ଟ ୧୫ରୁ ଶ୍ରୀଲଙ୍କାରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। ଏହା ପୂର୍ବରୁ, ‘ମେନ ଇନ…

ଧାମନଗରରେ ସ୍ବାସ୍ଥ୍ୟ ସମୀକ୍ଷା କଲେ ସ୍ବାସ୍ଥ୍ୟ ମନ୍ତ୍ରୀ, ବନ୍ୟା ବିପନ୍ନଙ୍କ ସହ କଲେ ଆଲୋଚନା

ଧାମନଗର,୬।୮( ସନ୍ତୋଷ କୁମାର ମହାପାତ୍ର): ଚଳିତ ବର୍ଷ ପ୍ରଥମ କରି ବନ୍ୟାରେ ଭଦ୍ରକ ଜିଲା ସମେତ ଧାମନଗର ଅଞ୍ଚଳରେ କ୍ଷୟକ୍ଷତି ହୋଇଥିଲା । ଏହି ବନ୍ୟାରେ ଲୋକଙ୍କ…

ନାବାଳିକା ମୃତ୍ୟୁ ଘଟଣା: ପ୍ରଶାସନିକ ଅବହେଳା ବିରୋଧରେ ଦାବିପତ୍ର ପ୍ରଦାନ କରି…

ଥୁଆମୂଳ ରାମପୁର,୬ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତ ବାର୍ସିକନା ଗ୍ରାମର କାଲୁଆ ମାଝୀଙ୍କ ୧୬ ବର୍ଷୀୟା ଝିଅ ମାଧୁରୀଙ୍କର ସାପ…

CJP ଆସନ୍ତା ମାସରେ ଆରମ୍ଭ କରିବ ଦେଶରେ ବଡ଼ ଅଭିଯାନ; ଜନସାଧାରଣଙ୍କ ସମସ୍ୟା ଶୁଣିବା ପାଇଁ ସେମାନଙ୍କ ପାଖରେ ପହଞ୍ଚିବ

ନୂଆଦିଲ୍ଲୀ,୬।୮: କକ୍ରୋଚ ଜନତା ପାର୍ଟି (CJP) ଆସନ୍ତା ମାସରେ ସାରା ଦେଶରେ ‘କ୍ୟା ବୋଲତି ପବ୍ଲିକ’ (ଜନସାଧାରଣ କ’ଣ କୁହନ୍ତି) ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଦଳର…

ଘରେ ଶୋଇଥିବାବେଳେ ପଶିଲେ ହାତୀପଲ, ଭାଙ୍ଗିଲେ ଘର, ଗୋଟିଏ ପରିବାରର ୪ ଜଣଙ୍କୁ…

ବଲାଙ୍ଗୀର,୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ସରଗୁଲ ଗାଁରେ ଏବେ ହାତୀ ଆତଙ୍କ ଦେଖାଦେଇଛି। ଗାଁରେ ଏକ ପରିବାର ଘର ଭିତରେ ଶୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri