ପରଲୋକରେ ହଲିଉଡ୍‌ ଅଭିନେତା

ହଲିଉଡ୍‌ ଅଭିନେତା ଡେଭିଡ ୱାର୍ଣ୍ଣରଙ୍କ ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେବ ସେ କ୍ୟାନସରରେ ପୀଡିତ ଥିଲେ। ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ହଲିଉଡ୍‌ର ଅନେକ ବଡ ବଡ ଫିଲ୍ମରେ କାମ କରିଛନ୍ତି ଡେଭିଡ। ତାଙ୍କୁ ହଲିଉଡ୍‌ର ସୁପରଷ୍ଟାରର୍‌ ଫିଲ୍ମ ‘ଟାଇଟାନିକ’ ଓ ‘ୱମେନ’ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହା ବ୍ୟତିତ ଅଧିକାଂଶ ଫିଲ୍ମରେ ଖଳନାୟକ ଚରିତ୍ରରେ ଅଭିନୟ କରିଛନ୍ତି ଡେଭିଡ ।

Share