ଟାଇଟାନିକ୍‌ ପାଇଁ ଟାଇଟନ୍‌ ନିଖୋଜ

ଓ୍ବାଶିଂଟନ୍‌,୨୧ା୬: ୧୯୧୨ ଏପ୍ରିଲ ୧୫ରେ ଉତ୍ତର ଆଟଲାଣ୍ଟିକ୍‌ ମହାସାଗରରେ ବୁଡ଼ିଯାଇଥିବା ବ୍ରିଟିଶ୍‌ ଜାହାଜ ଟାଇଟାନିକ୍‌ର ଭଗ୍ନାବଶେଷ ଦେଖିବାକୁ ଯାଇଥିବା ଏକ ବୁଡ଼ାଜାହାଜ ରବିବାର ନିଖୋଜ ହୋଇଯାଇଛି। ଟାଇଟନ୍‌ ନାମକ ଏହି ଭେସେଲରେ ଥିବା ୫ ଜଣ ବ୍ୟକ୍ତିଙ୍କୁ ଅଦ୍ୟାବଧି ଠାବ କରାଯାଇପାରିନାହିଁ। ଉକ୍ତ ବୁଡ଼ାଜାହାଜରେ ମାତ୍ର ୯୬ ଘଣ୍ଟା ପାଇଁ ଜୀବନରକ୍ଷକ ଅମ୍ଳଜାନ ରହିଥିବାରୁ ସେମାନଙ୍କ ବଞ୍ଚତ୍ବା ସମ୍ଭାବନା କ୍ଷୀଣ ବୋଲି କୁହାଯାଉଛି। ଆମେରିକା ତଟରକ୍ଷୀ ବାହିନୀ ପକ୍ଷରୁ ତଲାସି ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ଏକ ସି୧୩୦ ବିମାନକୁ ମଧ୍ୟ ନିୟୋଜିତ କରାଯାଇଛି। ଆକାଶମାର୍ଗରୁ ଭିଜୁଆଲ ଓ ରାଡାର ଜରିଆରେ ଅଧିକ ତଥ୍ୟ ହାସଲ ପାଇଁ ଉଦ୍ୟମ ଜାରି ରହିଛି। କାନାଡା କୋଷ୍ଟ ଗାର୍ଡ ଏବଂ ସଶସ୍ତ୍ର ବଳ ମଧ୍ୟ ଏହି ଆହ୍ବାନପୂର୍ଣ୍ଣ କାର୍ଯ୍ୟରେ ସାମିଲ ହୋଇଛି।
୬.୫ ମିଟର (୨୧ ଫୁଟ୍‌) ଲମ୍ବର ରିସର୍ଚ୍ଚ ଭେସେଲ ଟାଇଟନ୍‌ ଟାଇଟାନିକ୍‌ ବୁଡ଼ିଥିବା ସ୍ଥାନରେ ପହଞ୍ଚତ୍ବା ପାଇଁ ରବିବାର ବାହାରିଥିଲା। ଯାତ୍ରା ଆରମ୍ଭର ମାତ୍ର ଅଢ଼େଇ ଘଣ୍ଟା ପରେ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ସୋମବାର ରାତିରେ ଏହାର ପରିଚାଳନାକାରୀ ସଂସ୍ଥା ଓସେନ୍‌ ଗେଟ୍‌ ଏକ୍ସପେଡିଶନ୍ସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଏହି ପର୍ଯ୍ୟଟକ ବୁଡ଼ାଜାହାଜରେ ୯୬ ଘଣ୍ଟା ପାଇଁ ଅକ୍ସିଜେନ ଥିଲା। ସେଥିରୁ ୭୦ ଘଣ୍ଟାର ଅକ୍ସିଜେନ ବାକି ରହିଥିବା କୁହାଯାଉଛି। ବୁଡ଼ାଜାହାଜର ଓଜନ ୧୦,୪୩୨ କେ.ଜି. ହୋଇଥିବାବେଳେ ଏହା ୧୩,୧୦୦ ଫୁଟ୍‌ ଗଭୀରକୁ ପହଞ୍ଚତ୍ବାକୁ ସକ୍ଷମ ବୋଲି କମ୍ପାନୀ ଓ୍ବେବ୍‌ସାଇଟ୍‌ରେ ଦର୍ଶାଯାଇଛି।
ଥିବା ୫ ବ୍ୟକ୍ତିଙ୍କ ମଧ୍ୟରୁ ବ୍ରିଟିଶ ନାଗରିକ ହାମିଶ୍‌ ହାର୍ଡିଂ ଅନ୍ୟତମ। ୫୮ ବର୍ଷୀୟ ଆଭିଏଟର୍‌ ତଥା ସ୍ପେସ୍‌ ଟୁରିଷ୍ଟ ହାମିଶ୍‌ ହେଉଛନ୍ତି ଆକ୍ସନ ଆଭିଏଶନର ଅଧ୍ୟକ୍ଷ। ଟାଇଟାନିକ୍‌ ମିଶନରେ ସାମିଲ ହେଉଥିବାରୁ ସେ ଗର୍ବିତ ବୋଲି ରବିବାର ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ସେହିପରି କରାଚୀରେ ମୁଖ୍ୟାଳୟ ଥିବା ଏନ୍‌ଗ୍ରୋ କମ୍ପାନୀ ଉପାଧ୍ୟକ୍ଷ ଶାହଜାଦା ଦାଉଦ ମଧ୍ୟ ଉକ୍ତ ବୁଡ଼ାଜାହାଜରେ ଥିଲେ। ଏହି ପାକିସ୍ତାନୀ ବ୍ୟବସାୟୀଙ୍କ ସହ ତାଙ୍କ ପୁଅ ସୁଲେମାନ୍‌ ମଧ୍ୟ ଦୁଃସାହସିକ ଯାତ୍ରାରେ ସାମିଲ ଥିବା ‘ରଏଟର୍ସ’ ଉଲ୍ଲେଖ କରିଛି। ଓସେନ୍‌ ଗେଟ୍‌ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଷ୍ଟକ୍ଟଟନ୍‌, ଫରାସୀ ପାଇଲଟ୍‌ ପଲ୍‌ ହେନେରି ନାର୍ଜିଓଲେଟ୍‌ ମଧ୍ୟ ସେଥିରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri