ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ପରଲୋକ

ତିର୍ତ୍ତୋଲ,୫ା୯(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ଶୁକ୍ରବାର ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ସମଗ୍ର ତିର୍ତ୍ତୋଲ ଅଞ୍ଚଳ ସ୍ତବ୍ଧ ହୋଇପଡ଼ିଛି।
ସେ ୨୦୦୯ରୁ ୨୦୧୪ ମସିହା ପର୍ଯ୍ୟନ୍ତ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଧାୟକ ଥିଲେ। ତାଙ୍କ ଜନ୍ମସ୍ଥାନ ହେଉଛି ବିରିଡ଼ି ବ୍ଲକ ବାଲିଆର ଗୋପୀନାଥପୁର ଗ୍ରାମରେ। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ସମ୍ଭାବ୍ୟ ଉପନିର୍ବାଚନକୁ ଦୃଷ୍ଟିରେ ରଖି ସେ ଜନମମ୍ପର୍କ ରକ୍ଷା କରିବାକୁ ଗାଁ ଗାଁ ବୁଲୁଥିଲେ। ୧୯୯୯ ମସିହାରେ ଜିଲାପରିଷଦ ଉପନିର୍ବାଚନରେ ନିର୍ବାଚିତ ହୋଇ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

Share