ଟିପ୍ପର ଚାଳକ, ମା’ଝିଅଙ୍କ ବଚସା ଭିଡିଓ ଭାଇରାଲ

ଧର୍ମଶାଳା,୨୦।୮(ଡି.ଏନ.ଏ.):  ଯାଜପୁର ଜିଲା ଜେନାପୁର ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥରେ ଗତ ୩ତାରିଖରେ ସୁକିନ୍ଦା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ଶ୍ରୀତିକା ଚକ୍ରବର୍ତ୍ତୀ ଓ ତାଙ୍କ ଝିଅ ଲିପିକା ଚକ୍ରବର୍ତ୍ତୀଙ୍କୁ ଟିପ୍ପର ଚାଳକ ଗାଡ଼ି ଚଢ଼ାଇ ହତ୍ୟା କରିବା ମାମଲାରେ ନୂଆ ତଥ୍ୟ ସାମ୍‌ନାକୁ ଆସିଛି। ସାଇଡ୍‌ମରାକୁ କେନ୍ଦ୍ରକରି ଶ୍ରୀତିକା ଓ ଲିପିକାଙ୍କ ସହ ଚାଳକ ଅମର ସ୍ବାଇଁଙ୍କ ହୋଇଥିବା ବଚସାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଦେଢ଼ ମିନିଟ୍‌ର ଏହି ଭିଡିଓରେ ଲିପିକା ଓ ଶ୍ରୀତିକା ଟ୍ରକ୍‌ ଚାଳକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୋତାରେ ମାରିବାକୁ କହୁଥିବା ଦେଖିବାକୁ ମିଳିଛି। ଚାଳକ ଅଶ୍ଳୀଳ ଭାଷାକୁ ବିରୋଧ କରୁଥିବାବେଳେ ଲିପିକା ଆହୁରି ଜୋତାରେ ପିଟିବେ ବୋଲି କହୁଛନ୍ତି। ଭିଡିଓରେ ଲିପିକାଙ୍କ ମା’କହୁଛନ୍ତି, ବାଟସାରା ଚାଳକ ଆମକୁ ସାଇଡ୍‌ ମାରୁଛନ୍ତି। ବିରୋଧ କଲେ ନାନା ଭାଷାରେ ଗାଳି କରୁଛନ୍ତି। ଏହାପରେ ଶ୍ରୀତିକା ଓ ଲିପିକା ଗାଡ଼ିରୁ କିଛି ଲୁହା ସାମଗ୍ରୀ ଧରି ଚାଳକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି। ଏହାପରେ ଚାଳକ ମଧ୍ୟ ସେମାନଙ୍କୁ ଲୁହା ସାମଗ୍ରୀରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଲୋକେ ଚାଳକଙ୍କୁ ବୁଝାଶୁଝା କରି ବିଦା କରୁଥିବା ଦେଖାଯାଇଛି।
ସୂଚନା ମୁତାବକ, ଶ୍ରୀତିକା ଓ ଲିପିକା କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ାରେ ଏକ ଶୁଦ୍ଧିକ୍ରିୟା କାମରେ ଯୋଗଦେଇ ସ୍କୁଟିରେ ଘରକୁ ଫେରୁଥିଲେ। ୫୩ ନମ୍ବର ଜାତୀୟ ରାଜପଥର ଆରୁହା ଛକ ପୂର୍ବରୁ ଗାଡ଼ି ସାଇଡମରାକୁ କେନ୍ଦ୍ରକରି ଡ୍ରାଇଭର ଏବଂ ଶ୍ରୀତିକା ଓ ଲିପିକାଙ୍କ ମଧ୍ୟରେ ବଚସା ହୋଇଥିଲା। ଶ୍ରୀତିକା ଓ ଲିପିକା ଆରୁହା ଛକ ନିକଟରେ ଗାଡ଼ି ଅଟକାଇ ଡ୍ରାଇଭରଙ୍କ ସହ ଯୁକ୍ତିତର୍କ କରିବା ସହ ଭିଡିଓ ଉତ୍ତୋଳନ କରିଥିଲେ। ଯୁକ୍ତିତର୍କ ସମୟରେ ପାଟି ଶୁଣି ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକ ପହଞ୍ଚତ୍ ଆପୋସ ସମାଧାନ କରିଥିଲେ। ଏହାର କିଛି ସମୟ ପରେ ଟ୍ରକ ଡ୍ରାଇଭର ଅମର ଟ୍ରକ ନେଇ ସେହି ରାସ୍ତାରେ ଯାଇ ବରଡ଼ା ଛକ ନିକଟରେ ଶ୍ରୀତିକା ଓ ଲିପିକାଙ୍କ ଉପରେ ଗାଡ଼ି ଚଢାଇ ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି କୁହାଯାଉଥିଲା। ତେବେ ସାଇଡମରାକୁ କେନ୍ଦ୍ର କରି ଟ୍ରକ୍‌ ଡ୍ରାଇଭର ଅମରଙ୍କର ଶ୍ରୀତିକା ଓ ଲିପିକାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା କଥା ଜଣାପଡ଼ିବା ପରେ ପୋଲିସ ଆରୁହା ଛକ ନିକଟରେ ପହଞ୍ଚତ୍ ଆପୋସ ସମାଧାନ କରିଥିବା ଲୋକଙ୍କୁ ପଚାରି ବୁଝିବା ସହିତ ଏହି ଥାନା ତୋଟାକଣ ଗ୍ରାମର ଟ୍ରକ୍‌ ଚାଳକ ଅମରଙ୍କୁ ଗିରଫ କରିଥିଲା। ତାଙ୍କୁ ରଗଡ଼ିସ୍ଥିତ ବିଚାରବିଭାଗୀୟ ଜେଲକୁ ପଠାଇ ଦିଆଯାଇଛି। ପୋଲିସ ଚାର୍ଜଶିଟ ଦେବା ପରେ ଏହି କେସ୍‌ର ବିଚାର ଚାଲିବ। ତେବେ ପୋଲିସ ଚାର୍ଜଶିଟ ତିଆରି କରିବା ପୂର୍ବରୁ ଏହି ଭାଇରାଲ ଭିଡିଓ ପୋଲିସ ପାଇଁ ଏକ ବଳିଷ୍ଠ ପ୍ରମାଣ ହୋଇଛି। ପୋଲିସ ଏହି ଭିଡିଓକୁ କୋର୍ଟରେ ଦାଖଲ କରି ଅଭିଯୁକ୍ତଙ୍କ ବିରୋଧରେ ଉପସ୍ଥାପନ କରିପାରିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri