ଫେରୁଛନ୍ତି ଟିନା, ଜୟଙ୍କ ସହ ଜମିବ ଯୋଡ଼ି

ବମ୍ବେ: ଟେଲି ପରଦାକୁ ଫେରୁଛନ୍ତି ବିଗ୍‌ବସ୍‌ ୧୬ ପ୍ରତିଯୋଗୀ ତଥା ଅଭିନେତ୍ରୀ ଟିନା ଦତ୍ତା। ରିଆଲିଟି ଶୋ’ରୁ ଲୋକପ୍ରିୟତା ମିଳିବା ପରେ ଟିନାଙ୍କୁ ପ୍ରଥମ କାମ ମିଳିଛି। ସେ ସୋନି ଏଣ୍ଟରଟେନ୍‌ମେଣ୍ଟ ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ନୂଆ ଶୋ’ ‘ହମ୍‌ ରହେ ନା ରହେ ହମ୍‌’ରେ ନଜର ଆସିବେ। ଏଥିରେ ତାଙ୍କ ସହ ଅଭିନେତା ଜୟ ଭାନୁଶାଳୀ ମୁଖ୍ୟ ଭୂମିକାରେ ମଧ୍ୟ ରହିବେ। ନିକଟରେ ଶୋ’ର ପ୍ରମୋ ଜାରି କରାଯାଇଥିବା ବେଳେ ପ୍ରଶଂସକମାନେ ଏହାକୁ ବେଶ ପସନ୍ଦ କରୁଛନ୍ତି। ଏପ୍ରିଲ ୧୦ରୁ ଶୋ’ର ପ୍ରସାରଣ ଆରମ୍ଭ ହେବ।

ଦେଖନ୍ତୁ ପ୍ରମୋ:

Share