Posted inଫୁରସତ

୧୩ ବର୍ଷ ବଡ ପ୍ରଦୀପଙ୍କ ପ୍ରେମରେ କେମିତି ପଡିଲେ ଆଇଏଏସ୍‌ ଟିନା ଡାବି

ନୂଆଦିଲ୍ଲୀ,୩୧।୩: ୨୦୧୫ରେ ୟୁପିଏସସି ପରୀକ୍ଷାରେ ଟପ୍ପର ହୋଇଥିବା ଟିନା ଡାବି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୨୦୧୩ ବ୍ୟାଚ ଆଇଏଏସ୍‌ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି। ଏହି ବିଷୟରେ ଟିନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି। ଗୋଟିଏ ପଟେ ଟିନାଙ୍କ ଏହି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବାବେଳେ ଲୋକମାନେ ତାଙ୍କୁ ଏକ ନୂତନ ଜୀବନର ଆରମ୍ଭ ପାଇଁ ଶୁଭେଚ୍ଛା ଜଣାଉଛନ୍ତି। ଅନ୍ୟପକ୍ଷରେ, ତାଙ୍କ ସ୍ବାମୀଙ୍କ ବିଷୟରେ ଜାଣିବାକୁ ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି।
ଏକ ନୂତନ ଜୀବନ ଆରମ୍ଭ କରିବାକୁ ଯାଉଥିବା ଟିନା ଏବେ ରାଜସ୍ଥାନର ଅର୍ଥ ବିଭାଗର ଯୁଗ୍ମ ସଚିବ ଏବଂ ପ୍ରଦୀପ ରାଜସ୍ଥାନର ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟ ବିଭାଗର ନିର୍ଦ୍ଦେଶକ। ପ୍ରଦୀପ ୯ ଡିସେମ୍ବର ୧୯୮୦ରେ ଜନ୍ମ ହୋଇଥିଲେ ଏବଂ ଟିନାଙ୍କ ଠାରୁ ୧୩ ବର୍ଷ ବଡ। ପ୍ରଦୀପଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଗାୱାଣ୍ଡେ ପ୍ରଦୀପ କେଶୋରାଓ। ସରକାରୀ ମେଡିକାଲ କଲେଜ ନାଶିକରୁ ପ୍ରଦୀପ ଏମ୍‌ବିବିଏସ୍‌ କରିଛନ୍ତି। ପରେ ସେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।
ତେବେ ନିଜ ଠାରୁ ୧୩ ବର୍ଷ ବଡ଼ ପ୍ରଦୀପଙ୍କ ପ୍ରେମରେ କେମିତି ପଡିଲେ ନେଇ ଏବେ ଚର୍ଚ୍ଚା ହେଉଛି। ଟିନା ନିଜ ପ୍ରେମ କାହାଣୀର ଖୁଲାସା କରିଛନ୍ତି। କରୋନା ଦ୍ୱିତୀୟ ଲହର ସମୟରେ ଉଭୟ ସ୍ବାସ୍ଥ୍ୟ ବିଭାଗରେ କାମ କରୁଥିବା ସମୟରେ ଦୁହେଁ ପରସ୍ପରକୁ ଜାଣିଥିଲେ। ୨୦୨୧ ଲକ୍‌ଡାଉନ୍‌ ସମୟରେ ଟିନା ଏବଂ ପ୍ରଦୀପଙ୍କ ମଧ୍ୟରେ ଘନିଷ୍ଠତା ବଢିବାକୁ ଲାଗିଥିଲା। ୪ ମାସ ଉଭୟ ପରସ୍ପରକୁ ଜାଣିବା ପରେ ଘରେ ଜଣାଇଥିଲେ। ବର୍ଷେ ପରେ ଉଭୟଙ୍କ ନିର୍ବନ୍ଧ ହୋଇଛି। ଟିନା କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନରେ ଦ୍ୱିତୀୟ ସୁଯୋଗ ମିଳିଥାନ୍ତି। ସବୁକିଛି ଭୁଲି ଆଗକୁ ବଢିବା ଉଚିତ୍‌। ଟିନାଙ୍କୁ ନିର୍ବନ୍ଧ କରିବା ପରେ ସୋସିଆଲ ମିଡିଆରେ ପ୍ରଦୀପଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି। ଇନ୍‌ଷ୍ଟାଗ୍ରାମରେ କିଛି ଘଣ୍ଟା ମଧ୍ୟରେ ୩ ହଜାରରୁ ବଢି ୪୫ ହଜାରରେ ପହଞ୍ଚିଛି। ଏବେ ବି ତାଙ୍କ ଫଲୋଅର୍ସ ସଂଖ୍ୟା ବଢିଚାଲିଛି।
ଏହାପୂର୍ବରୁ, ୨୦୧୫ରେ ଟିନା ପ୍ରଥମ ପ୍ରୟାସରେ ୟୁପିଏସ୍‌ସି ଟପ କରି ଚର୍ଚ୍ଚାରେ ରହିଥିଲେ। ସେ ୨୦୧୮ରେ ଆଇଏଏସ ଅତହର ଖାନଙ୍କୁ ବିବାହ କରିଥିଲେ। ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ପ୍ରଥମ ଏବଂ ଅମିର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଉଭୟ ଟ୍ରେନିଂ ସମୟରେ ପ୍ରେମରେ ପଡିଥିଲେ ଏବଂ ପ୍ରାୟ ଏକ ବର୍ଷର ସମ୍ପର୍କ ପରେ ଦୁହେଁ ୨୦୧୮ ମସିହାରେ ବିବାହ କରିଥିଲେ। ୨୦୨୦ରେ ଉଭୟଙ୍କର ଛାଡପତ୍ର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri