Categories: ଫୁରସତ

ଶାଶୁଙ୍କ ଜନ୍ମଦିନରେ ବୋହୂ ଟିନା ଅମ୍ବାନୀ ଲେଖିଲେ ଏହି ହୃଦୟସ୍ପର୍ଶୀ ବାର୍ତ୍ତା

ଅମ୍ବାନୀ ପରିବାରର ବୋହୂ ଟିନା ଅମ୍ବାନୀ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ସେ ଶାଶୁ କୋକିଳାବେନ୍‌ ଅମ୍ବାନୀଙ୍କ ଜନ୍ମଦିନ ଉପଲକ୍ଷେ ଶେୟାର କରିଛନ୍ତି। ଏହି ପୋଷ୍ଟରେ ସେ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଛନ୍ତି। ସେ ଲେଖିଛନ୍ତି, ‘ଶକ୍ତି ଏବଂ ସମର୍ଥନର ସ୍ରୋତ’। ପରମ୍ପରା ଏବଂ ଆଧୁନିକର ଅବିଶ୍ୱସନୀୟ ମିଶ୍ରଣ। ଟିନା ଲେଖିଛନ୍ତି, ଆପଣ ଆମ ସମସ୍ତଙ୍କୁ ମାର୍ଗଦର୍ଶନ ଏବଂ ପ୍ରେରଣା ଦେଇଆସୁଛନ୍ତି।

ଫଟୋରେ କୋକିଳାବେନ୍‌ଙ୍କ ସହ ସାନ ପୁଅ ଅନିଲ ଅମ୍ବାନି, ତାଙ୍କ ସ୍ତ୍ରୀ ଟିନା ଅମ୍ବାନୀ, ଦୁଇ ପୁଅ ଅନମୋଲ ଏବଂ ଅଂଶୁଲଙ୍କ ସହ ନଜର ଆସିଛନ୍ତି। ଆଉ ଏକ ଫଟୋରେ ଟିନା ଶାଶୁ କୋକିଳାବେନଙ୍କ ସହ ଠିଆ ହୋଇଛନ୍ତି। ଫଟୋ ଶେୟାର କରି ଟିନା ଲେଖିଛନ୍ତି, ଆପଣ ପରିବାରର ଆଧାରଶୀଳା। ଆପଣଙ୍କଠାରୁ ଆମେ ସବୁଦିନ କିଛି ନା କିଛି ଶିଖୁଛୁ। ଥାଙ୍କ୍‌ ୟୁ ମମି। ଏମିତି ସବୁଦିନ ଆଧାରଶୀଳା ହୋଇ ରହିଥାନ୍ତୁ। ଆମକୁ ସାହସ ଏବଂ ଧୈର୍ଯ୍ୟ ଦିଅନ୍ତୁ।

Share