ଅମ୍ବାନୀଙ୍କ ଘରେ ପୁଣି ବାଜିବ ଶାହାନାଇ!

ମୁମ୍ବାଇ,୧୯ ।୧୨: ଉଦ୍ଦ୍ୟୋଗପତି ଅନିଲ ଅମ୍ବାନୀ ଓ ଟିନା ଅମ୍ବାନୀଙ୍କ ପୁଅ ଜୟ ଅନମୋଲ ଅମ୍ବାନୀଙ୍କର ଏନଗେଜମେଣ୍ଟ ସରିଛି । କୃଷ୍ଣା ଶାହାଙ୍କ ସହ ଅନମୋଲଙ୍କର ବିବାହ ହେବାକୁ ଯାଉଥିବା ବେଳେ ଏବେ ସୋସିଆଲ ମିଡିଆରେ ଏମାନଙ୍କ ଏନ୍‌ଗେଜ୍‌ମେଣ୍ଟର କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଫଟୋରେ ଅନମୋଲ ଓ କୃଷ୍ଣା ସେମାନଙ୍କ ଏନ୍‌ଗେଜ୍‌ମେଣ୍ଟ ମୁଦି ଦେଖାଉଥିବା ଦେଖାଯାଇଛି । ଖୁବଶୀଘ୍ର ଏହି ବିବାହ ସମ୍ପନ୍ନ ହେବ ବୋଲି କୁହାଯାଉଛି । ତେବେ ବଳିଉଡ୍ ଅଭିନେତ୍ରୀ କରିନା କପୁର ଖାଁଙ୍କ ଭାଇ ଅରମାନ ଜୈନ ଅନମୋଲଙ୍କର ଜଣେ ଭଲ ବନ୍ଧୁ ହୋଇଥିବା ବେଳେ ସେ ଏକ ଫଟୋ ଶେୟାର କରି ଭାବି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅମ୍ବାନି ପରିବାର ପକ୍ଷରୁ ଏହି ବିବାହ ସମ୍ପର୍କରେ କୌଣସି ଘୋଷଣା କରଯାଇ ନ ଥିବା ବେଳେ ଏମିତି ଖବର କେବଳ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି ।

Share