Categories: ଜାତୀୟ

ଘାଜିପୁରରୁ ଟାଇମର ସହ ଆର୍‌ଡିଏକ୍ସ ବୋମା ମିଳିଥିଲା

ମୁମ୍ବାଇ,୧୮।୧: ଇମ୍‌ପ୍ରୋଭାଇଜଡ୍‌ ବିସ୍ଫୋରଣ ଉପକରଣ (ଆଇଇଡି) ଘାଜିପୁରର ଫୁଲ ବଜାରରେ ଶୁକ୍ରବାର ମିଳିଥିଲା। ଏହି ବୋମା ସହ ଟାଇମର ଫିକ୍ସ କରାଯାଇଥିଲା। ଧାର୍ଯ୍ୟ ସମୟର ଦେଢ଼ ଘଣ୍ଟା ପୂର୍ବରୁ ଏହାକୁ ନିୟନ୍ତ୍ରିତ ବିସ୍ଫୋରଣରେ ନଷ୍ଟ କରାଯାଇଥିଲା। ଦିଲ୍ଲୀ ପୋଲିସ ନିକଟରେ ଦାଖଲ କରାଯାଇଥିବା ଫରେନ୍ସିକ ଏକଜାମିନେଶର ରିପୋର୍ଟରେ ଏହା ଦର୍ଶାଇଛି ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି)।

ବୋମା ବିଶେଷଜ୍ଞ ମାର୍କେଟରେ ବୋମାକୁ କାଦୁଅରେ ଘୋଡ଼ାଇ ଏକ୍ସପ୍ଲୋସିଭ ଡିଭାଇସ ନଷ୍ଟ କରିଥିଲେ। ପରେ ବିସ୍ଫୋରଣସ୍ଥଳରୁ ବୋମାର ନମୁନା ସଂଗ୍ରହ କରାଯାଇଥିଲା।

ଅଧିକାରୀଙ୍କ ଅନୁଯାୟୀ, ଫୁଲ ମାର୍କେଟର ପ୍ରବେଶ ପଥରୁ ଏକ ବ୍ୟାଗ୍‌ରୁ ମିଳିଥିଲା ଆଇଡି। ସେଥିରେ ଆରଡିଏକ୍ସ ଏବଂ ଆମୋନିୟମ ନାଇଟ୍ରେଟ୍‌ ସହ ଟାଇମର ଡିଭାଇସ ମିଳିଥିଲା ବୋଲି ଏନ୍‌ଏସ୍‌ଜି ପକ୍ଷରୁ ରିପୋର୍ଟରେ କୁହାଯାଇଛି।

Share